Below header

ତାମିଲ ଅଭିନେତା ତଥା ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ସରନ ରାଜଙ୍କ ଦୁର୍ଘଟଣାରେ ମୃତ୍ୟୁ, ବାଇକ୍‌ ଚଲାଇବା ବେଳେ ପିନ୍ଧିନଥିଲେ ହେଲମେଟ୍‌

ତାମିଲ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖ ଖବର । ଅଭିନେତା ତଥା ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ସରନ ରାଜଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ବାଇକ୍‌ ଚଲାଉଥିବା ସମୟରେ ପିନ୍ଧିନଥିଲେ ହେଲମେଟ୍‌ ।

ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ତଥା ସହ ଅଭିନେତା ସରନ ରାଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କେକେ ନଗରରେ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମଦ ନିଶାରେ ଜଣେ ବ୍ୟକ୍ତି ସରନଙ୍କ ବାଇକ ଉପରେ କାର ଚଢାଇ ଦେଇଥିଲେ । ଫଳରେ ଦୁର୍ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ସରନ ରାଜ ଚେନ୍ନାଇରେ ଅନେକ ଫିଲ୍ମରେ କାମ କରିସାରିଛନ୍ତି । ତାଙ୍କୁ ଆଉ କେତେକ ଫିଲ୍ମରେ ସହ କଳାକାର ଭାବେ ମଧ୍ୟ ଦେଖିବାକୁ ମିଳିଛି । ସରନ ରାଜ ମଦୁରଭୋୟଲର ଧନଲକ୍ଷ୍ମୀ ଗଳିରେ ରହୁଥିଲେ । ରାତି ୧୧.୩୦ ମିନିଟରେ କେକେ ନଗରର ଆରକୋଟ ରୋଡରେ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ହୋଇଥିଲା ।

ତେବେ ଖବର ମୁତାବକ, ସରନ ବାଇକରେ ଯାଉଥିବା ବେଳେ କାର ସହିତ ଧକ୍କା ହୋଇଥିଲା । ଆଉ ସରନ ହେଲମେଟ ପିନ୍ଧିନଥିଲେ । ତେଣୁ ଦୁର୍ଘଟଣା ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍‌ଚି ସରନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ରୁଜୁ କରି ଯାଞ୍‌ଚ କରୁଛି । ତେବେ ଏହି ମାମଲାରେ ପୋଲିସ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ଜଣେ ସହ କଳାକାର । ସରନଙ୍କ ମୃତ୍ୟୁରେ ତାଙ୍କ ପରିବାର ଏବଂ ଫ୍ୟାନ୍ସ ଶୋକରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.