ଶବ ନୁହେଁ, ଗନ୍ଧାଉଥିଲା ଅଣ୍ଡା : ଖୋଲା ହେଲା ଯଶୱନ୍ତ ଏକ୍ସପ୍ରେସର ଦୁର୍ଗନ୍ଧ ହେଉଥିବା ବଗି

ବଗିରୁ ଶବ ନୁହେଁ, ବାହାରିଲା ପଚା ଅଣ୍ଡା । ବଗିରେ ନଥିଲା ମୃତଦେହ । କିଛିଦିନ ହେବ ବଗିରୁ ଦୁର୍ଗନ୍ଧ ବାହରୁଥିବାରୁ ବଗି ମଧ୍ୟରେ ଆହୁରି ମୃତଦେହ ଥିବା ଅଭିଯୋଗ କରିଥିଲେ ଲୋକ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ, ତହସିଲଦାର, NDRF ଟିମ୍‌ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବଗି ଖୋଲାଯାଇଥିଲା ।

ବାଲେଶ୍ୱର (କେନ୍ୟୁଜ): ବଗିରୁ ଶବ ନୁହେଁ, ବାହାରିଲା ପଚା ଅଣ୍ଡା । ବଗିରେ ନଥିଲା ମୃତଦେହ । କିଛିଦିନ ହେବ ବଗିରୁ ଦୁର୍ଗନ୍ଧ ବାହରୁଥିବାରୁ ବଗି ମଧ୍ୟରେ ଆହୁରି ମୃତଦେହ ଥିବା ଅଭିଯୋଗ କରିଥିଲେ ଲୋକ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ, ତହସିଲଦାର, NDRF ଟିମ୍‌ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବଗି ଖୋଲାଯାଇଥିଲା । ବଗି ଖୋଲିବା ପରେ ସେଥିରୁ ମୃତଦେହ ନୁହେଁ, ବରଂ ପଚାସଢା ଅଣ୍ଡା ବାହାରିଛି ।

ବାହାନଗା ଦୁର୍ଘଟଣାରେ ଅନେକ ଲୋକ ମୃତଦେହ କଢାଯାଇଥିବା ଆଉ କିଛି ମୃତଦେହ ରହିଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ବଗି ଭିତରେ ରହିଯାଇଥିବା ମୃତଦେହ ଗୁଡିକୁ କଢାଯାଇଥିବା ବେଳେ ଦୁଇଟି ବଗି ବନ୍ଦ ରହିଥିଲା । ଘଟଣାକୁ ପ୍ରାୟ ସପ୍ତାହେ ବିତିଯାଇଥିଲେ ବି ଏହି ଦୁଇ ବଗି ଉଦ୍ଧାର ହୋଇନଥିଲା । ଦିନକୁ ଦିନ ଦୁର୍ଗନ୍ଧ ବଢୁଥିବାରୁ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ । ବଗି ଭିତରେ ମୃତଦେହ ରହିଥିବାରୁ ଏହି ଦୁର୍ଗନ୍ଧରେ ଅସହ୍ୟ ହୋଇପଡିଥିଲେ ଲୋକମାନେ । ଶେଷରେ ବଗି ଖୋଲାଯାଇ ସେଥିରୁ ଏହି ପଚାସଢା ଅଣ୍ଡା ପେଟି ବାହାର କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.