ପୁଣି ଦିଲ୍ଲୀରେ ନୃଶଂସ କାଣ୍ଡ, ସମସ୍ତଙ୍କ ସାମ୍ନାରେ ଯୁବକଙ୍କୁ ଛୁରୀରେ ଆକ୍ରମଣ, ହେଲେ ସାହାଯ୍ୟ କରିବାକୁ କେହି ବି ଆସିଲେନି

ପୁରୁଣା ଝଗଡାର ଏମିତି ପ୍ରତିଶୋଧ । ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ କଲା ଆକ୍ରମଣକାରୀ । ସମସ୍ତେ ଦେଖୁଥିଲେ ସୁଦ୍ଧା ସାହାଯ୍ୟ କରିବାକୁ କେହି ଆସିନଥିଲେ।

ପୁଣି ଦିଲ୍ଲୀରେ ନୃଶଂସ କାଣ୍ଡ । ସର୍ବସମ୍ମୁଖରେ ଜଣେ ବ୍ୟକ୍ତିକୁ ଛୁରୀରେ ଆକ୍ରମଣ କରିଛନ୍ତି ଅନ୍ୟ ଜଣେ ଯୁବକ । ଏମିତି କାଣ୍ଡ ସମସ୍ତେ ଦେଖୁଥିଲେ ମଧ୍ୟ କିନ୍ତୁ ଆଖପାଖରେ କେହି ବି ସାହାଯ୍ୟ କରିବାକୁ କେହି ଆସିନଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ନନ୍ଦନଗରୀ ଅଞ୍ଚଳରେ ଭାଇରଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ପଡିଥିବା ବେଳେ ଅନ୍ୟ ଜଣେ ଯୁବକ ଏକ ବଡ ଛୁରୀରେ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି ।

ଖବର ମୁତାବକ, ନନ୍ଦନଗରୀ ଅଞ୍ଚଳରେ ଜଣେ ବ୍ୟକ୍ତି ରାସ୍ତାରେ ପଡିଥିବା ବେଳେ ଅନ୍ୟ ଜଣେ ଯୁବକ ଏକ ବଡ ଛୁରୀରେ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି । ଆକ୍ରମଣ କରୁଥିବା ଯୁବକ ଜଣକ ଛୁରୀରେ ଅତି ଜୋରରେ ଆକ୍ରମଣ କରୁଛନ୍ତି । ଫଳରେ ଆକ୍ରମଣର ଶିକାର ହେଉଥିବା ଯୁବକଙ୍କ ହାତ ଛିଣ୍ଡିଯାଇଥିଲା । ଆକ୍ରମଣ କରିବା ପରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି ଯୁବକଙ୍କୁ ବଞ୍ଚାଇବା ପାଇଁ ଆସିନଥିଲେ ।

ଏହାପରେ ଆକ୍ରମଣର ଶିକାର ହୋଇଥିବା ଜଣେ ଯୁବକଙ୍କ ନିକଟକୁ ତାଙ୍କ ମା’ ଦୌଡି ଆସିଥିଲେ । ମହିଳା ଜଣକ ଚିତ୍କାର କରିଥିଲେ ସୁଦ୍ଧା କେହି ଯୁବକଙ୍କୁ ସାହାୟତା କରିନଥିଲେ । ତା’ ପରେ ଯୁବକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏବେ ଯୁବକଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଆକ୍ରମଣରେ କାସିମଙ୍କ ନାମ ଏବଂ ଆଖିରେ ଆଘାତ ଲାଗିଛି ।

ତେବେ ସୂଚନା ମୁତାବକ, ଆକ୍ରମଣ କରିଥିବା ଯୁବକଙ୍କ ନାମ ଶୋଏବ । ଶୋଏବ ଏବଂ ପୀଡିତ କାସିମ ଦୁହିଁଙ୍କ ମଧ୍ୟରେ ପୂର୍ବରୁ ଝଗଡା ଲାଗିଥିଲା । ତେଣୁ ଏଭଳି କାଣ୍ଡ ଘଟିଥିଲା ବୋଲି ପୋଲିସ କହିଛି ।

ସୂଚନାମୁତାବକ, ଗତ କିଛିଦିନ ତଳେ ଦିଲ୍ଲୀରେ ଜଣେ ନାବାଳିକାକୁ ୪୦ ଥର ଛୁରୀରେ ଆକ୍ରମଣ କରିଥିଲା ଜଣେ ଯୁବକ । ଯାହାକୁ ସମସ୍ତେ ଦେଖିଥିଲେ ମଧ୍ୟ କେହି ଅଟକାଇ ନଥିଲେ । ଯାହାର ଭିଡିଓ ଭାଇରଲ ହୋଇଥିଲା ।

ଦିଲ୍ଲୀର ଶାହବାଦ ଡାୟରୀ ଅଞ୍ଚଳରେ ସାହିଲ ନାମକ ଏହି ବ୍ୟକ୍ତି ୧୬ ବର୍ଷୀୟା ସାକ୍ଷୀଙ୍କୁ ଛୁରୀ ଭୁସିବା ଓ ପରେ ପଥରରେ ଛେଚି ହତ୍ୟା କରିଥିଲା। ଅଭିଯୁକ୍ତ ଜଣକ ସାକ୍ଷୀଙ୍କୁ ରାସ୍ତାରେ ଅଟକାଇ ତାଙ୍କ ଉପରେ ଅତର୍କିତ ଛୁରୀରେ ଆକ୍ରମଣ କରୁଥିବାର ସିସିଟିଭି ଫୁଟେଜ ଦେଖିବାକୁ ମିଳିଥିଲା ।  ପୋଲିସ କହିବା ମୁତାବକ, ସାହିଲ ଓ ସାକ୍ଷୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । କିନ୍ତୁ ଗତ ରବିବାର କୌଣସି କାରଣ ନେଇ ଏମାନଙ୍କ ମଧ୍ୟରେ ଝଗଡା ହୋଇଯାଇଥିଲା । ଏହାରି ମଧ୍ୟରେ ସାକ୍ଷୀ ନିଜ ସାଙ୍ଗର ଜନ୍ମଦିନରେ ସାମିଲ ହେବାକୁ ଯାଉଥିବା ବେଳେ ସାହିଲ ତାକୁ ଗଳିରେ ଅଟକାଇ ତା ଉପରେ ଛୁରୀରେ ଆକ୍ରମଣ କରିବା ସହ ପଥରରେ ଛେଚି ହତ୍ୟା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.