#MeToo ମୁଭମେଣ୍ଟରେ ତୁଫାନ କରିଥିବା ତନୁଶ୍ରୀ ଦତ୍ତଙ୍କ ଏଣ୍ଟ୍ରି , ଭାଇରାଲ ହେଉଛି ଧମାକେଦାର ଡ୍ୟାନ୍ସ ଭିଡିଓ
ବଲିଉଡରେ ସବୁଠାରୁ ବଡ ମୁଭମେଣ୍ଟର ଆରମ୍ଭ କରିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଆପଣ ଜାଣିଥିବେ। ସେ ବହୁତ ବର୍ଷ ପୁର୍ବରୁ ବଲିଉଡ୍ ଇଣ୍ଡଷ୍ଟ୍ରୀକୁ ଅଲବିଦା କହିସାରିଥିଲେ। ସେହିପରି ମୁଭମେଣ୍ଟ ଦ୍ୱାରା ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଏହି ସମୟରେ ବହୁତ ବାଦବିବାଦ ହେଲା ଏବଂ ଅନେକ ତାଙ୍କ ସପକ୍ଷରେ ଥିବାବେଳେ ଅନେକ ତାଙ୍କୁ ଗୁଜବ କରିବାକୁ କହିଥିଲେ। ଏବେ ଏତେ ଦିନ ପରେ ପୁଣି ଥରେ ତନୁଶ୍ରୀଙ୍କୁ ଦର୍ଶକ ଦେଖିବାକୁ ପାଇବେ। ନକଟରେ ତାଙ୍କର ଏକ ଧମାକେଦାର ଡ୍ୟାନ୍ସ ଭିଡିଓ ଖୁବ୍ ଭାଇରାଲ ହେଉଛି।
ତନୁଶ୍ରୀ ଦତ୍ତ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏଥିରେ ସେ କୌଣସି ଇଭେଣ୍ଟରେ ଷ୍ଟେଜ ପରଫରମାନ୍ସ ଦେଉଥିବା ନଜର ଆସିଛନ୍ତି। ଏଥିରେ ସେ ଅନେକ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି।