ଝିଅ ସମିଶାକୁ ଅନୋଖା ଉପାୟରେ ସ୍ୱାଗତ କଲେ ଶିଳ୍ପା ସେଟ୍ଟୀ ଓ ପତି ରାଜ କୁନ୍ଦ୍ରା

ବଲିଉଡର ଫିଟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିକଟରେ ଏକ କନ୍ୟା ସନ୍ତାନର ମା’ ହୋଇଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବାବଦରେ ପ୍ରଥମେ ଶିଳ୍ପା ହିଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ସୂଚନା ଦେଇଥିଲେ । ଅନ୍ୟ ପକ୍ଷରେ ଶିଳ୍ପା ନିଜ କ୍ୟୁଟ ଆଞ୍ଜେଲ ଟିର ନାଁ ସମିଶା ସେଟ୍ଟୀ କୁନ୍ଦ୍ରା ରଖିଥିବା ଜଣାଯାଇଛି । ଅବଶ୍ୟ ଶିଳ୍ପାଙ୍କ ଏହି ଝିଅଟି ସରୋଗାସି ପ୍ରୋସେସରେ ହିଁ ଜନ୍ମ ନେଇଛି । କିନ୍ତୁ ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରା ଏବାବଦରେ ପୂର୍ବରୁ ସର୍ବସାଧାରଣରେ କୌଣସି ପ୍ରକାର ସୂଚନା ଦେଇନଥିଲେ ।

silpa

ଝିଅ ଜନ୍ମ ନେବା ଖୁସିରେ ଶିଳ୍ପା ନିଜ ଘରେ ଏକ ଶାନଦାର ପାର୍ଟିର ମଧ୍ୟ ଆୟୋଜନ କରିଥିଲେ । ଏହି ପାର୍ଟିରେ ଶିଳ୍ପାଙ୍କ କିଛି ଖାସ ସାଙ୍ଗ, ବନ୍ଧୁବାନ୍ଧବ ଯୋଗ ଦେଇଥିଲେ । ଶିଳ୍ପାଙ୍କ ଜଣେ ଅତିପ୍ରିୟ ସାଙ୍ଗ ଆକାଂକ୍ଷା ମାଲହୋତ୍ରା ନିଜ ସୋସିଆଲ ମିଡିଆରେ ପାର୍ଟିର କିଛି ବିଶେଷ ଫଟୋ ସେୟାର କରିଥିଲେ । ଫେବୃଆରୀ ୧୫ ତାରିଖରେ ଝିଅ ଜନ୍ମ ନେଇଥିଲେ ବି ମହାଶିବରାତ୍ରି ଦିନ ଶିଳ୍ପା ନିଜେ ହିଁ ନିଜ ସୋସିଆଲ ମିଡ଼ିଆରେ ଶିଳ୍ପା ଓ ରାଜ ଝିଅ ବିଷୟରେ କହିବା ସହ ତା ହାତର ଏକ ଫଟୋ ସେୟାର କରିଥିଲେ ।

ଫଟୋ ସେୟାର କରିବା ସହ ସେ ଦ୍ୱିତୀୟ ଥର ପାଇଁ ମା’ ହେଇଥିବା ମଧ୍ୟ ଉଲ୍ଲେଖ କରିଥିଲେ । ନିଜ ପ୍ରତିକ୍ରିୟାରେ ଶିଳ୍ପା କହିଛନ୍ତି କି, ସେ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ବିଗତ ପାଞ୍ଚ ବର୍ଷ ଧରି ଦ୍ଵିତୀୟ ସନ୍ତାନ ପାଇଁ ଚେଷ୍ଟା କରି ଆସୁଥିଲେ । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ହିଁ ଦୁହିଁଙ୍କ ସ୍ବପ୍ନ ଆଜି ପୁରା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.