ରଜନୀକାନ୍ତଙ୍କ ବଡ଼ ଘୋଷଣା, କହିଲେ- “ଏବେ ମୋର ରାଜନୀତିରେ ଆସିବାର କୌଣସି ଯୋଜନା ନାହିଁ”

ଥଲାଇବା ରଜନୀକାନ୍ତ ଭାବେ ପ୍ରସିଦ୍ଧ ହିନ୍ଦୀ ଓ ତାମିଲ ଫିଲ୍ମର ସୁପରଷ୍ଟାର ରଜନୀକାନ୍ତ ଆଜି ବଡ଼ ଘୋଷଣା କରିଛନ୍ତି। ରଜନୀକାନ୍ତ ଘୋଷଣା କରିଛନ୍ତି, ଭବିଷ୍ୟତରେ ରାଜନୀତିକୁ ଆସିବାର ମୋର କୌଣସି ଯୋଜନା ନାହିଁ। ଏଥିସହ ସେ ନିଜ ପାର୍ଟି ରଜନୀ ମକ୍କଲ ମନ୍ଦରାମକୁ ବି ଭଙ୍ଗ କରିଛନ୍ତି।

ପୂର୍ବରୁ ସେ କହିଥିଲେ ଯେ ସେ ରଜନୀ ମକ୍କଲ ମନ୍ଦରାମ ଦଳର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇ ରାଜନୀତିରେ ଆସିବେ କି ନାହିଁ ସେ ନିଷ୍ପତ୍ତି ନେବେ।ସୂଚନାଯୋଗ୍ୟ ଯେ ରଜନୀକାନ୍ତ ଆଜି ନିଜ ପ୍ରଶଂସକକୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି।

ଏହାପୂର୍ବରୁ ରଜନୀକାନ୍ତ ୨୯ ଡିସେମ୍ବର, ୨୦୨୦ରେ ଘୋଷଣା କରିଥିଲେ ଯେ ସେ ରାଜନୀତିରେ ଆସିବେନି। ତେବେ ଏନେଇ ତାଙ୍କ ସହଯୋଗୀ କହିଥିଲେ ଯେ ଅଭିନେତା ରାଜନୀତିରେ ଆସିବେନି ବୋଲି କହିନାହାନ୍ତି। ସେ ଏବେ ନିର୍ବାଚନରେ ଲଢ଼ିବେନି ବୋଲି କହିଛନ୍ତି ବୋଲି ସହଯୋଗୀ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.