ଜିଓର ସବୁଠୁ ଶସ୍ତା ପ୍ଲାନରେ ଦୈନିକ ୩ ଜିବି ଡାଟା ସହ ମିଳିବ ଅନ୍ୟାନ୍ୟ ସୁବିଧା, ଜାଣନ୍ତୁ

କରୋନା କାଳରେ ପ୍ରାୟ ସମସ୍ତେ ୱାର୍କ ଫ୍ରମ ହୋମ କରୁଛନ୍ତି । ଏହି ସମୟରେ ଲମ୍ବା ସମୟ ଧରି ଚାଲୁଥିବା ଭାଲିଡିଟି ଅଫରର କ୍ରେଜ ମଧ୍ୟ ଖୁବ ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ୟୁଜର୍ସଙ୍କ ପାଇଁ ନୂଆ ପ୍ଲାନ ଆଣିଛି । ଯାହାର ଭାଲିଡିଟି ସମୟ ଏକ ବର୍ଷ ରହିବ ।

ଏହି ପ୍ଲାନରେ ଦୈନିକ ୩ ଜିବି ଡାଟା ସହ ଫ୍ରି କଲିଙ୍ଗ ସୁବିଧା ରହିଛି । ଏହାସହ ଆଡିସନାଲ ବେନିଫିଟ ମଧ୍ୟ ରହିଛି । ଯେଉଁଥିରେ କମ୍ପାନୀ Disney+Hotstar VIPର ଫ୍ରି ସବସ୍କ୍ରିପସନ ଦେବ ।

325235
pc: gadgets 360

ତେବେ ଜିଓର ଏହି ନୂଆ ପ୍ୟାକର ଦାମ ମଧ୍ୟ ରହିଛି ଖୁବ ଶସ୍ତା । ୩୪୯୯ ଟଙ୍କାରେ ଆପଣ ଏହାକୁ ରିଚାର୍ଜ କରି ବ୍ୟବହାର କରିପାରିବେ । ୩ ଜିବି ଡାଟା ହିସାବରେ କମ୍ପାନୀ ମୋଟ ୧୦୯୫ ଜିବି ଡାଟା ଦେବ । ଏଥିରେ ନେଟ ସ୍ପିଡ 64Kbps ରହିବ ।ଏହାସହ ଦୈନିକ ୧୦୦ ଫ୍ରି ଏସଏମଏସ ମିଳିବ ।

ଏହା ବ୍ୟତିତ ୨୩୯୯ ଟଙ୍କାର ପ୍ଲାନ ମଧ୍ୟ ରହିଛି । ଏଥିରେ ଦୈନିକ ୨ ଜିବି ଡାଟା ଅର୍ଥାତ ମୋଟ ୭୩୦ ଜିବିର ଡାଟା ମିଳିବ । ଅନଲିମିଟେଡ କଲ ସହ ଫ୍ରି ମେସେଜ ସୁବିଧା ମଧ୍ୟ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.