Below header

ହ୍ଵାଟ୍ସଆପ୍‌ରେ ଯଦି ଆପଣଙ୍କୁ କିଏ ବ୍ଲକ୍‌ କରୁଛନ୍ତି, ଏମିତି ସହଜରେ କରି ପାରିବେ ପତ୍ତା

ଇନ୍‌ଷ୍ଟାଣ୍ଟ ମେସେଜ ଆପ୍‌ ହ୍ଵାଟ୍ସଆପ୍‌ ବହୁତ ଲୋକପ୍ରିୟ ଆପ୍‌ । ଏଥିରେ ବହୁତ ଫିଚର୍ସ ଦିଆଯାଇଛି । ଏଥିରେ ମଧ୍ୟ ଆପଣ କୌଣସି କଣ୍ଟାକ୍ଟଙ୍କୁ ବ୍ଲକ କରିପାରିବେ । ଯଦି କେହି କାହା ସହ କଥାବାର୍ତ୍ତା ହେବାକୁ ଚାହୁଁ ନାହାଁନ୍ତି ଏବଂ ସେ ତାଙ୍କୁ ବିରକ୍ତ କରୁଛି ତାଙ୍କୁ ବ୍ଲକ କରାଯାଇପାରିବ ।

ବ୍ଲକ କରିବା ପରେ ୟୁଜର୍ସଙ୍କୁ ଏହାର ନୋଟିଫିକେସନ୍‌ ଯାଏ ନାହିଁ । ତେଣୁ ୟୁଜର୍ସକୁ ଜଣା ପଡେ ନାହିଁ ଯେ ତାଙ୍କୁ ବ୍ଲକ୍‌ କରାଯାଇଛି ବୋଲି । ଏହାର ପତ୍ତା ଲଗାଇବା ବହୁତ କଠିନ ହୋଇଥାଏ । ହେଲେ ଏହାର ବି ପତ୍ତା ଲଗାଯାଇ ପାରିବ ।

ଏଥିପାଇଁ ଫେସବୁକ୍‌ରେ କିଛି ବ୍ୟବସ୍ଥା ରହିଛି । ଯିଦି ଆପଣଙ୍କୁ ଲାଗୁଛି ଯେ କେହି ଆପଣଙ୍କୁ ବ୍ଲକ କରିଛନ୍ତି । ତେବେ ପ୍ରଥମେ ଆପଣ ତାଙ୍କର ଲାଷ୍ଟ ସିନ ଦେଖନ୍ତୁ । ଯଦି ଆପଣ ଲାଷ୍ଟ ସିନ୍‌ ଦେଖି ପାରୁନାହାଁନ୍ତି । ତେବେ ଆପଣ କଣ୍ଟାକ୍ଟଙ୍କ ଅନ୍‌ଲାଇନ ଷ୍ଟାଟସ୍‌ ଦେଖନ୍ତୁ । ଯଦି ସେ ଅନ୍‌ଲାଇନରେ ଅଛନ୍ତି ଓ ଆପଣଙ୍କୁ ବ୍ଲକ କରିଛନ୍ତି ତେବେ ସେ ଆପଣଙ୍କୁ ଦେଖାଯିବେ ନାହିଁ ।

ଏହାଛଡ଼ା ଆପଣ ୟୁଜର୍ସଙ୍କ ପ୍ରୋଫାଇଲ ଫଟୋ ବି ଦେଖିପାରିବେ । ଯଦି ୟୁଜର୍ସ ଙ୍କ ପ୍ରୋଫାଇଲ ଫଟୋ ଦେଖି ପାରୁ ନାହାଁନ୍ତି ତେବେ ଆପଣ ବ୍ଲକ୍‌ ହେବାର ଚାନ୍ସ  ରହିଛି ।

ଏହାଛଡ଼ା ସବୁଠୁ ଭଲ ତରିକା ଯେ ଆପଣ ହ୍ଵାଟ୍ସଆପ୍‌ ରେ କଲ କରନ୍ତୁ । ଯଦି ଆପଣ ବ୍ଲକ ଅଛନ୍ତି । ତାହାଲେ ଆପଣଙ୍କ କଲ୍‌ ଯିବନାହିଁ । ଆପଣ ଗ୍ରୁପ ତିଆରି କରି ତାଙ୍କୁ ସେଥିରେ ଆଡ୍‌ କରି ପାରନ୍ତି । ଯଦି ସେ ଗ୍ରୁପ୍‌ରେ ଆଡ୍‌ ହୋଇପାରୁନାହାଁନ୍ତି ତାହାଲେ ଆପଣ ବ୍ଲକ୍‌ ଅଛନ୍ତି । ଆପଣ ତାଙ୍କୁ ମେସେଜ ପଠାଇ ଦେଖନ୍ତୁ । ଯଦି ଆପଣ ବ୍ଲକ ଅଛନ୍ତି ତେବେ ଆପଣଙ୍କ ମେସେଜ ଡେଲିଭରି ହେବ ନାହଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.