Below header

ଘରେ ଟମାଟୋ ନଥିଲେ ବି ଆଉ ଚିନ୍ତା ନାହିଁ, ଏସବୁ ଜିନିଷ ବ୍ୟବହାର କରି ଖାଦ୍ୟରେ ବଢ଼ାନ୍ତୁ ଖଟାପଣ

ଆମିଷ ଏବଂ ନିରାମିଷ ଉଭୟ ଖାଦ୍ୟରେ ଟମାଟୋ ବ୍ୟବହାର କରାଯାଏ। କେତେକ ତରକାରୀରେ ଯଦି ଟମାଟୋ ପଡ଼େ ତେବେ ଏହାର ସ୍ୱାଦ ଆହୁରି ବଢ଼ିଯାଏ। ତେବେ ଆଜି ଆମେ ଆପଣଙ୍କୁ ଶିଖାଇବୁ ବିନା ଟମାଟୋରେ କେମିତି ବଢାଇବେ ଖାଦ୍ୟର ସ୍ୱାଦ…

ଆମଚୁର ପାଉଡ଼ର- ଟମାଟୋ ବଦଳରେ ଆପଣ ଆମଚୁର ପାଉଡ଼ର ବ୍ୟବହାର କରିପାରିବେ। ବାଇଗଣ ତରକାରୀ, କଲରା ଆଦିରେ ଏହାର ବହୁଳ ବ୍ୟବହାର କରାଯାଏ।

ଦହି- ତରକାରୀରେ ଟମାଟୋ ପରିବର୍ତ୍ତେ ଆପଣ ଏକ ଚାମଚ ଦହି ବ୍ୟବହାର କରିପାରିବେ। ସ୍ୱାଦ ଆହୁରି ବଢ଼ିଯିବ।

ତେନ୍ତୁଳି- ଖାଦ୍ୟରେ ଖଟାପଣ ବଢ଼ାଇବାକୁ ତେନ୍ତୁଳି ପାଣି ସବୁଠୁ ଭଲ ବିକଳ୍ପ। ସମ୍ବରରେ ଏହା ବ୍ୟବହାର କରାଯାଏ।

ଲେମ୍ବୁରସ- ଟମାଟୋର ଅଭାବ ଦୂର କରିବାକୁ ଆପଣ ଲେମ୍ବୁରସ ବ୍ୟବହାର କରିପାରିବେ। ବିରିଆନି ଓ ଗୁପଚୁପରେ ଏହାକୁ ବ୍ୟବହାର କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.