Below header

ରିଲିଜ ହେଲା ଧମାକାଦାର ଫିଲ୍ମ ‘ଥାପଡ଼’ର ଟ୍ରେଲର, ଦେଖନ୍ତୁ ଭିଡିଓ

ତାପସି ପନ୍ନୁ ଓ ଅନୁଭବ ସିହ୍ନାଙ୍କର ଅପକମିଙ୍ଗ ଫିଲ୍ମ ‘ଥାପଡ଼’ର ଟ୍ରେଲର ରିଲିଜ ହୋଇଛି ଯାହାକି ଦେଖୁ ଦେଖୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଚଳଚ୍ଚିତ୍ରରେ ତାପସିଙ୍କର ଭିନ୍ନ ଏକ ଅବତାର ଦେଖିବାକୁ ମିଳିବ । ତାପସି ପନ୍ନୁଙ୍କର ଏହି ଫିଲ୍ମ ସମାଜକୁ ବାର୍ତ୍ତା ଦେଇଛି ଯେ ଥାପଡ଼ ଏକ ଛୋଟ କଥା ନୁହେଁ ତାସହିତ ଟ୍ରେଲରରେ ଦେଖିବାକୁ ମିଳିବ ଯେ କିପରି ଏକ ଥାପଡ଼ ପୁରା ଦାମ୍ପତ୍ୟ ଜୀବନକୁ ନଷ୍ଟ କରିଦେଇଛି । ତେବେ ବର୍ତ୍ତମାନ ଥାପଡ଼ର ଏହି ଟ୍ରେଲର ତାପସି ପନ୍ନୁଙ୍କ ଫ୍ୟାନ୍ସ ମାନଙ୍କ ଏକ୍ସାଇଟମେଣ୍ଟକୁ ଆହୁରି ବଢ଼ାଇ ଦେଇଛି । ପିଙ୍କ, ମୁଲ୍କ ଓ ସାଣ୍ଢ କି ଆଁଖ ପରେ ଏବେ ଥାପଡ଼ରେ ତାପସି ପନ୍ନୁଙ୍କ ଭିନ୍ନରୁପ ଦେଖିବାକୁ ମିଳିବ ।

ସୂଚନା ଅନୁଯାୟୀ ଅନୁଭବ ସିହ୍ନାଙ୍କ ଡାଇରେକସନରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ଥାପଡ଼ ଫେବୃୟାରୀ ୨୮ ତାରିଖରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ଟ୍ରେଲର ଦେଖିବା ପରେ କୁହାଯାଇପାରେ ଯେ ଏକ ଥାପଡ଼ର ଶବ୍ଦରେ ସିନେମା ହଲ କମ୍ପି ଉଠିବ । ଏହି ଫିଲ୍ମରେ ଅଭିନେତ୍ରୀ ତାପସି ପନ୍ନୁ ନା କେବଳ ଏକ ଭଲ ଚରିତ୍ରରେ ଅଭିନୟ କରିଛନ୍ତି ବରଂ ନିଜ ଫିଲ୍ମ ଜରିଆରେ ଲୋକମାନଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି ।

Thappad Trailer Release: 'एक थप्पड़ ही तो है लेकिन नहीं मार सकता', फिल्म का धमाकेदार ट्रेलर हुआ रिलीज

ଏହି ଫିଲ୍ମକୁ ଭୂଷଣ କୁମାର ଓ ଅନୁଭବ ସିହ୍ନା ମିଶି ପ୍ରଡ୍ୟୁସ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଯେ ପିଙ୍କ ଓ ମୁଲ୍କ ପରେ ତାପସି ଥାପଡ଼ ଜରିଆରେ କିପରି ଲୋକଙ୍କ ମନ ଜିତି ପାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.