ସେସୁ ରାସ୍ତାରେ ନେସ୍କୋ, ସେସୁ ଭଳି ବିଲ୍‌ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଜୁଳି କାଟ୍‌ କରିବ ନେସ୍କୋ

ବାଲେଶ୍ବର(କେନ୍ୟୁଜ୍): ସେସୁ ରାସ୍ତାରେ ନେସ୍କୋ। ସେସୁ ଭଳି ବିଲ୍‌ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଜୁଳି କାଟ୍‌ କରିବ ନେସ୍କୋ। ବାଲେଶ୍ୱର ନେସ୍କୋ କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଉପଭୋକ୍ତାଙ୍କୁ ସୂଚନା ଦିଆଯାଇଛି। ନେସ୍କୋର ୧୮ଲକ୍ଷ ୭୨ହଜାର ଗ୍ରାହକଙ୍କ ମଧ୍ୟରୁ ୧୦ଲକ୍ଷ ୮୧ହଜାର ଗ୍ରାହକଙ୍କ ଉପରେ ୧୫୦୦ କୋଟି ଟଙ୍କ ଦେୟ ବକେୟା ରହିଛି। ସେମାନଙ୍କ ମଧ୍ୟରୁ ୧୦ଲକ୍ଷ ଗ୍ରାହକଙ୍କ ଉପରେ ୯୫୪କୋଟି , ୩୯ହଜାର ବ୍ୟବସାୟିକ ଅନୁଷ୍ଠାନ ଉପରେ ୯୫କୋଟି, ୧୯୬୨ ଶିଳ୍ପାନୁଷ୍ଠାନ ଉପରେ ୩୦୫କୋଟି ଏବଂ ୧୭ହଜାର ୨୭୨ସରକାରୀ ଅନୁଷ୍ଠାନ ଉପରେ ୧୦୦କୋଟି ବକେୟା ରହିଥିବା ସୂଚନା ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.