ଉତ୍ତର ରାମାୟଣର ଏହି ସିନ୍ ଦେଖି କାନ୍ଦିବାକୁ ଲାଗିଲେ ଦର୍ଶକ, ଆପଣ ବି ଦେଖନ୍ତୁ

ରାମାୟଣ ପରେ ଏବେ ଦୂରଦର୍ଶନରେ ଉତ୍ତର ରାମାୟଣ ପ୍ରସାରିତ ହେଉଛି। ଦର୍ଶକମାନେ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଛନ୍ତି। ଗତକାଲି ଲବ କୁଶ ପିତା ରାମଙ୍କ ଦରବାରରେ ରାମକଥା ଶୁଣାଇଥିଲେ। ଏହା ଶୁଣିବା ପରେ ସେଠାରେ ଥିବା ପ୍ରଜାଙ୍କ ସମେତ ଘରେ ଦେଖୁଥିବା ଦର୍ଶକ ମଧ୍ୟ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ। ଲବ କୁଶ ଯେତେବେଳେ ପିତା ରାମଙ୍କୁ ଦେଖି କୁଣ୍ଢାଇ ପକାଇଥିଲେ ସେହି ସିନ ଦେଖି ଦର୍ଶକଙ୍କ ଆଖିରେ ଲୁହ ଆସିଯାଇଥିଲା। ଲୋକମାନେ ଏହି ସିନ ସମ୍ପର୍କରେ ଟ୍ୱିଟ କରି ନିଜ ମନ କଥା କହୁଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ କେତେକ ଟ୍ୱିଟ…

ତେଜିନ୍ଦ୍ର ପାଲ ସିଂହ ବଗା ନାମକ ଜଣେ ଟ୍ୱିଟର ୟୁଜର ଲବକୁଶଙ୍କ ରାମ କଥା ଗାଉଥିବା ସିନକୁ ପୋଷ୍ଟ କରି ଲେଖିଛନ୍ତି “ସେହି ଇମୋସନାଲ ସିନ”। ଏହି ଭିଡିଓକୁ ଏବେ ଯାଏଁ ୮୫ ହଜାର ଲୋକ ଦେଖିଥିବା ବେଳେ ୨୪ ହଜାରରୁ ଅଧିକ ଲାଇକ ମିଳିଛି। ପୋଷ୍ଟରେ କମେଣ୍ଟ କରି ଶତାଧିକ ଲୋକ କହିଛନ୍ତି ଯେ ଏହି ସିନ ଦେଖି ସେମାନେ ମଧ୍ୟ କାନ୍ଦି ପକାଇଥିଲେ।

ସୂଚନାଯୋଗ୍ୟ ଯେ ଶନିବାର ଦିନ ଉତ୍ତର ରାମାୟଣର ଶେଷ ଏପିସୋଡ଼ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.