Below header

‘ଦ ବିଗ ବୁଲ’ ଜରିଆରେ ବଲିଉଡକୁ ଲେଉଟିବେ ଅଭିଷେକ ବଚନ

ବଲିଉଡ ଅଭିନେତା ଅଭିଶେଖ ବଚନ ନିଜ ସିନେମା ‘ଦ ବିଗ ବୁଲ’ ଜରିଆରେ ପୁଣି ଥରେ ବଡ ପରଦାରେ ପାଦ ଦେବାକୁ ଯାଉଛନ୍ତି । ଏନେଇ ଅଭିଶେଖ ଗୁରୁବାର ନିଜ ଏହି ସିନେମାର ପ୍ରଥମ ପୋଷ୍ଟରର ଉନ୍ମୋଚନ କରିଛନ୍ତି । ଏହି ପୋଷ୍ଟର ଟିରେ ଅଭିଷେକ ବଚନ ନିଜ ଓଠ ଉପରେ ଆଙ୍ଗୁଠି ରଖିଥିବାର ନଜର ଆସିଛନ୍ତି । ପୋଷ୍ଟର ଟିରେ ଲେଖାଯାଇଛି ଯେ, ” ୨୦୨୦ ବର୍ଷ ବିଗ ବୁଲର ବର୍ଷ- ସେହି ବ୍ୟକ୍ତି ନିଜ ସ୍ବପ୍ନକୁ ଭାରତକୁ ବିକି ଦେଇଛନ୍ତି ” ।ଅଭିଷେକଙ୍କ ଏହି ପୋଷ୍ଟରର ଉନ୍ମୋଚନ ହେବା ପରେ ପ୍ରଶଂସଙ୍କ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ପ୍ରଶଂସଙ୍କ ସମେତ ବଲିଉଡରୁ ବି ଶୁଭେଚ୍ଛାର ସୁଅ ଛୁଟିଛି । ଏମିତିକି କାର୍ତ୍ତିକ ଆର୍ଯ୍ୟନ, ରିତେଶ ଦେଶମୁଖ, ବିକ୍କୀ କୌଶଳ, ଜୋୟା ଅଖତାର, ସୋନୁ ସୁଡ଼ ପ୍ରମୁଖ ମଧ୍ୟ ନିଜ ନିଜ କମେଣ୍ଟ ଦେଇଛନ୍ତି । ଅଭିଷେକଙ୍କ ଭଉଣୀ ଶ୍ଵେତା ବଚନ ବି ନିଜ ଭାଇଙ୍କ ପୋଷ୍ଟରକୁ ଅଦ୍ଭୁତ ବୋଲି କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଅଭିଷେକଙ୍କ ଏହି ନୂଆ ଫିଲ୍ମ ୧୯୯୦ ରୁ ୨୦୦୦ ମସିହା ଭିତରର ବାସ୍ତବିକ ଘଟଣା ମାନକୁ ନେଇ ହିଁ ନିର୍ମାଣ ହେଇଛି । ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି କୂକ୍କୀ ଗୁଲାଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.