ସବୁଠାରୁ ଅଧିକ ପର୍ନ ସାଇଟ୍‌ ଦେଖିଥାଆନ୍ତି ଭାରତୀୟ, ପଢ଼ନ୍ତୁ ଏହି ରିପୋର୍ଟ, ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଭାରତୀୟମାନଙ୍କ ମଧ୍ୟରେ ପର୍ନ କଣ୍ଟେଣ୍ଟ୍‌ ଦେଖିବାର ଇଚ୍ଛା ଦିନକୁ ଦିନ ବଢ଼ିଚାଲିଛି। ଏହି ଉତ୍କଣ୍ଠା ଆମେରିକୀୟଙ୍କଠାରୁ ବି ଢେର୍‌ ଅଧିକ ରହିଛି। ଯେମିତି ସ୍ମାର୍ଟଫୋନ୍‌ ଏବଂ ମୋବାଇଲ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଚାଲିଛି, ଠିକ୍‌ ସେମିତି ପର୍ନ ଦେଖିବାର ଉତ୍କଣ୍ଠା ମଧ୍ୟ।
ଏକ ଆଡଲ୍ଟ ଏଣ୍ଟରଟେନ୍‌ମେଣ୍ଟ େଓ୍ଵବ୍‌ସାଇଟର ‘ଇୟର୍‌ ଇନ୍‌ ରିଭ୍ୟୁ’ ରିପୋର୍ଟ ଅନୁସାରେ, ଭାରତରେ ମୋବାଇଲ୍‌ ଏବଂ ସ୍ମାର୍ଟଫୋନ୍‌ରେ ପର୍ନ କଣ୍ଟେଣ୍ଟ୍‌ ଦେଖୁଥିବା ଲୋକଙ୍କ ସଂଖ୍ୟା ୩ ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ବିଗତ ଦୁଇବର୍ଷ ହେବ ଦେଖିବାକୁ ମିଳୁଛି।

୨୦୧୯ରେ ଲୋକଙ୍କ ସଂଖ୍ୟା ୩ ପ୍ରତିଶତ ବୃଦ୍ଧି

ରିପୋର୍ଟରେ ଦର୍ଶାଯାଇଛି, ୨୦୧୭ରେ ଭାରତରେ ୮୬ ପ୍ରତିଶତ ଲୋକ ପର୍ନ ଦେଖୁଥିଲେ। କିନ୍ତୁ ୨୦୧୯ରେ ଏହି ସଂଖ୍ୟା ୮୯କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଦୁଇବର୍ଷରେ ୩ ପ୍ରତିଶତ ବୃଦ୍ଧି ଘଟିଛି। ତାହା ବି ସେତେବେଳେ, ଯେତେବେଳେ ସରକାର ୩୦୦ରୁ ଅଧିକ ପର୍ନ େଓ୍ଵବ୍‌ସାଇଟ ଉପରେ ପ୍ରତିବନ୍ଧକ ଲଗାଇ ରଖିଛନ୍ତି।

pa3

ଭାରତ ପରେ ଦ୍ୱିତୀୟରେ ଆମେରିକା

ମୋବାଇଲ୍‌ ଏବଂ ସ୍ମାର୍ଟଫୋନ୍‌ରେ ପର୍ନ କଣ୍ଟେଣ୍ଟ ଦେଖିବା ମାମଲାରେ ଭାରତ ପରେ ଦ୍ୱିତୀୟ ସ୍ଥାନରେ ଆସୁଛି ଆମେରିକା। ଏଠାରେ ୮୧ ପ୍ରତିଶତ ଲୋକ ପର୍ନ ସାଇଟ୍‌ ଦେଖିଥାଆନ୍ତି। ଆମେରିକା ପରେ ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ। ଏଠାରେ ୭୯ ପ୍ରତିଶତ ଲୋକ ପର୍ନ ସାଇଟ୍‌ ଦେଖିବାକୁ ପସନ୍ଦ କରନ୍ତି। ସେହିପରି ୟୁରୋପୀୟ ଦେଶ ୭୪ ପ୍ରତିଶତ ସହ ଚତୁର୍ଥ ସ୍ଥାନ ଏବଂ ଜାପାନ ୭୦ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

pa5

ପର୍ନ ଦେଖିବା ପାଇଁ ମୋବାଇଲ୍‌ ସବୁଠାରୁ ଉପଯୋଗୀ

ରିପୋର୍ଟ ମୁତାବକ, ଲୋକଙ୍କୁ ମୋବାଇଲ୍‌ ଏବଂ ସ୍ମାର୍ଟଫୋନ୍‌ରେ ପର୍ନ ଦେଖିବାରେ ପ୍ରାଇଭେସି ମିଳିଥାଏ। ତେଣୁ ସେମାନେ ଡେକ୍ସଟପ୍‌ କିମ୍ବା ଲାପ୍‌ଟପ ଭଳି ଡିଭାଇସ୍‌ରେ ପର୍ନ ଦେଖିବାରୁ ଦୂରେଇ ରୁହନ୍ତି। ଏଥିରେ ସେମାନଙ୍କ ଗୋପନୀୟତା ଲିକ୍‌ ହୋଇଯିବାର ଅଧିକ ଆଶଙ୍କା ରହିଥାଏ।

ସେପଟେ ସାରା ବିଶ୍ୱର ଜନସଂଖ୍ୟା ଦେଖିଲେ, ମୋବାଇଲ୍‌ରେ ପର୍ନ ଦେଖୁଥିବା ଲୋକଙ୍କ ସଂଖ୍ୟା ୭୭ ପ୍ରତିଶତ ହୋଇଯାଇଛି। ଯେଉଁଠି ୨୦୧୮ରେ ଏହା ୬୭ ପ୍ରତିଶତ ରହିଥିଲା।

ଶସ୍ତା ଇଣ୍ଟରନେଟ୍‌ ଏବଂ ଶସ୍ତା ମୋବାଇଲ୍‌ ମଧ୍ୟ ମୁଖ୍ୟ କାରଣ

ଭାରତରେ ପର୍ନ ଦେଖିବାର ସବୁଠାରୁ ବଡ଼ କାରଣ ହେଉଛି, ଦେଶରେ ଶସ୍ତା ଇଣ୍ଟରନେଟ୍‌ ଏବଂ କମ୍‌ ଦାମ୍‌ରେ ଭଲ ଫିଚର୍ସ ମୋବାଇଲ୍‌ ଫୋନ୍‌ର ଉପଲବ୍ଧତା। ଭାରତରେ ବର୍ତ୍ତମାନ ୪୫ କୋଟି ସ୍ମାର୍ଟଫୋନ୍‌ ୟୁଜର୍ସ ଅଛନ୍ତି। ଶସ୍ତା ଡାଟା ପ୍ଲାନ୍‌ ଏବଂ ଇଣ୍ଟରନେଟ୍‌ର ଉପଲବ୍ଧତା ଯୋଗୁ ଏମାନଙ୍କ ମଧ୍ୟରୁ କୋଟିଏ ଲୋକ ପର୍ନ ସାଇଟ୍‌ ଦେଖିଥାଆନ୍ତି।

pa6

ଆପ୍‌ ବଦଳରେ ବ୍ରାଉଜରରେ ଦେଖିଥାଆନ୍ତି ପର୍ନ

ଅନ୍ୟ ଏକ ସଂସ୍ଥାର ରିପୋର୍ଟ ମୁତାବକ, ଲୋକେ ପର୍ନ ଦେଖିବା ପାଇଁ ଆପ୍‌ ଉପଯୋଗ କରି ନ ଥାଆନ୍ତି। କାରଣ, ଏଥିରେ ୟୁଜରଙ୍କ ତଥ୍ୟ ଶେୟାର ହେବାର ଅଧିକ ବିପଦ ରହିଥାଏ। ଏଥିପାଇଁ ଲୋକେ ମୋବାଇଲ୍‌ରେ ବ୍ରାଉଜର ଖୋଲି ସେଥିରେ ପର୍ନ ଦେଖିଥାଆନ୍ତି।

ଆଇଫୋନ୍‌ ୟୁଜର ଅଧିକ ଦେଖିଥାଆନ୍ତି ପର୍ନ

ରିପୋର୍ଟ ମୁତାବକ, ଆଣ୍ଡ୍ରୋଏଡ୍‌ ବଦଳରେ ଆଇଓଏସ୍‌ରେ ପର୍ନ ଦେଖିବା ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି। ପର୍ନ ସାଇଟ୍‌ର ବ୍ରାଉଜର ଖୋଲିବାରେ ସବୁଠାରୁ ଅଧିକ ଆଇଓଏସ୍‌ର ଉପଯୋଗ ହୋଇଛି। ଆଇଓଏସ୍‌ ବ୍ୟବହାର କରୁଥିବା ଲୋକ ପାଖାପାଖି ୫୨.୮ ପ୍ରତିଶତ ଥର ପର୍ନ ସାଇଟ୍‌ ଦେଖିଛନ୍ତି। ସେଠି ଆଣ୍ଡ୍ରୋଏଡ୍‌ ୟୁଜରଙ୍କ ସଂଖ୍ୟା ୪୬.୬ ପ୍ରତିଶତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.