ନବରଙ୍ଗପୁର ଗୁମଣ୍ଡଳୀ ନାବାଳିକା ହତ୍ୟା ମାମଲା, ଘଟଣାର ୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ନବରଙ୍ଗପୁର(କେନ୍ୟୁଜ୍):   ନବରଙ୍ଗପୁର ଗୁମଣ୍ଡଳୀ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାର ୨୦ ଦିନ ପରେ ପୋଲିସକୁ ମିଳିଛି ସଫଳତା। ଏ ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଜଣେ ଅଭିଯୁକ୍ତ କୋରାପୁଟ ଜିଲ୍ଲା କୋଟପାଡ୍‌ ଥାନା ଅନ୍ତର୍ଗତ ପାଖନାଗୁଡା ଗାଁର ଖାଡି ଭତରା ଓ ଅନ୍ୟ ଜଣେ ଗୁମଣ୍ଡଳୀ ଗାଁର ବଳି ମାଝୀ। ଖାଡ଼ି ଭତରା ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ। ବଳି ମାଝୀ ଖାଡିକୁ ସହଯୋଗ କରିଥିଲା। ପୋଲିସ ସୂଚନା ମୁତାବକ, ଖାଡି ଭତରରା ବିବାହ ପ୍ରସ୍ତାକୁ ନାବାଳିକା ଜଣକ ସମସ୍ତ ଆଗରେ ମନା କରିଦେଇଥିଲେ। ଏହାର ପ୍ରତିଶୋଧନ ନେବାକୁ ଯାଇ ବଳି ମାଝୀ ସାହାଯ୍ୟରେ ଖାଡ଼ି ଭତରା ନାବାଳିକାକୁ ହତ୍ୟା କରିଥିଲା। ପୋଷ୍ଟ ମୋର୍ଟମ ରିପୋର୍ଟ ଅନୁଯାୟୀ ନାବାଳିକା ସହ ଦୁଷ୍କର୍ମ ହୋଇ ନଥିବା ଏସ୍‌ପିି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.