‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଦୁର୍ଘଟଣାର ଶିକାର, ସୁଟିଂ ସେଟରେ ଅନିୟନ୍ତ୍ରିତ ହୋଇ ଧକ୍କା ଦେଲା ଗାଡି

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ହାଇଦ୍ରାବାଦରେ ଅପକମିଂ ଫିଲ୍ମ ‘ ଦ ଭ୍ୟାକସିନ ଓ୍ଵାର’ ର ସୁଟିଂ ସମୟରେ ତାଙ୍କୁ ଏକ ଗାଡି ଧକ୍କା ଦେଇଥିଲା। ଆହତ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ହାଇଦ୍ରାବାଦରେ ଫିଲ୍ମ ‘ ଦ ଭ୍ୟାକସିନ ଓ୍ଵାର’ର ସୁଟିଂ ସମୟରେ ଏକ ଗାଡି ନିୟନ୍ତ୍ରଣ ହରାଇ ପଲ୍ଲବୀଙ୍କୁ ଧକ୍କା ଦେଇଥିଲା । ପଲ୍ଲବୀଙ୍କୁ ଅଧିକ ଆଘାତ ଲାଗିନି କିନ୍ତୁ ସେ ଚିକିତ୍ସା ପାଇଁ ହପସିଟାଲ ଯାଇଛନ୍ତି । ପଲ୍ଲବୀ ଯୋଶୀ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ପତ୍ନୀ ।

କଶ୍ମୀର ଫାଇଲ୍ସ ସୁଟିଂ ସରିବା ପରେ ଏବେ ବିବେକଙ୍କ ଅପକମିଂ ଫିଲ୍ମ ‘ ଦ ଭ୍ୟାକସିନ୍‌ ଓ୍ଵାର’ରେ କାମ କରୁଛନ୍ତି। ଏହା ମଧ୍ୟ ଏକ ଅସଲି କାହାଣୀ ଉପରେ ଆଧାରିତ । କୋଭିଡ ସମୟରେ ଭ୍ୟାକସିନକୁ ନେଇ ଯେଉଁମାନେ ସମସ୍ୟାରେ ରହିଛନ୍ତି, ତା ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମରେ ଅନୁପମ ଖେର ଏବଂ ନାନା ପାଟେକର ମୁଖ୍ୟ ଭୂମିକାରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଦି କଶ୍ମୀର ଫାଇଲ୍ସ ଫିଲ୍ମ କଶ୍ମୀର ପଣ୍ଡିତଙ୍କ ଜୀବନ ଏବଂ ସେମାନଙ୍କ ବଳିଦାନର କାହାଣୀ ଦେଖିବାକୁ ମିଳିଥିଲା ।  ଯାହା ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲା । କଶ୍ମୀର ପଣ୍ଡିତଙ୍କ ପଳାୟନ ଓ ହତ୍ୟା ଉପରେ ଆଧାରିତ ଥିଲା ।  ଦ କଶ୍ମୀର ଫାଇଲ୍ସ ମାର୍ଚ୍ଚ ୧୧ ତାରିଖରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଥିଲା।

ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହୋଇଛି । କେବଳ କଶ୍ମୀର ଫାଇଲ୍ସ ନୁହେଁ ବରଂ କାନ୍ତାରା, ଆରଆରଆର, ଗଙ୍ଗୁବାଇ କାଠିଆଓ୍ଵାଡି, ଚେଲୋ ସୋ ମଧ୍ୟ ଓସ୍କାର ନୋମିନେସନ ପାଇଁ ସର୍ଟଲିଷ୍ଟ ହୋଇଛି । ଆଉ ଏହାକୁ ନେଇ ବିବେକ ଅଗ୍ନିହୋତ୍ରୀ ସମସ୍ତ ଫିଲ୍ମଙ୍କୁ ଶୁଭକାମନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.