ପଇସା ପାଇଁ ପିଲା ବେଳେ ଏହି ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ମା’ କରିଥିଲେ ଅକଥନୀୟ ଅତ୍ୟାଚାର

ଦକ୍ଷିଣ ଭାରତର ପ୍ରଖ୍ୟାତ ଅଭିନେତ୍ରୀ ସକିଲାଙ୍କୁ କିଏ ବା ନ ଜାଣେ । ଫିଲ୍ମ ଦୁନିଆରେ ସେ ଖୁବ ନାଁ କମାଇ ସାରିଛନ୍ତି । କିନ୍ତୁ ଏହି ସଫଳ ଅଭିନେତ୍ରୀ ଜଣକ ନିଜ ଜୀବନରେ ବହୁ ଦୁଃଖ ସହିଛନ୍ତି । ଅନ୍ୟ ମାନଙ୍କ ଠାରୁ ନୁହେଁ ନିଜ ଜୀବନ କାଳ ଭିତରେ ନିଜ ପରିଜନଙ୍କ ଦ୍ୱାରା ଖୁବ ପ୍ରତାଡ଼ିତ ମଧ୍ୟ ହୋଇଛନ୍ତି । ତାଙ୍କୁ ଆଉ କେହି ନୁହେଁ ବରଂ ତାଙ୍କ ନିଜ ମା’ ଦ୍ୱାରା ହିଁ ନିର୍ଯ୍ୟାତନା ସହିବାକୁ ପଡିଥିଲା । କେବଳ କେତେଟା ପଇସା ପାଇଁ ହିଁ ତାଙ୍କ ମା’ ତାଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏକ ଆଡଲ୍ଟ ଅଭିନେତ୍ରୀର ପରିଚୟ ପାଇଥିଲେ | ଏଥିପାଇଁ ତାଙ୍କୁ ଖୁବ ଟାହି ଟାପରା ମଧ୍ୟ ଶୁଣି ବାକୁ ମଧ୍ୟ ପଡିଛି । ମାତ୍ର ୨୦ ବର୍ଷ ବୟସରେ ହିଁ ସେ ସଫଟ ପର୍ଣ୍ଣ ଫିଲ୍ମ ‘ପ୍ଲେ ଗାର୍ଲ’ ରୁ ହିଁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ ।

sakila

ଏହି ଫିଲ୍ମରେ ସକିଲା ଏକ ସହ ଅଭିନେତ୍ରୀର ଭୂମିକା ନିଭେଇଥିଲେ । ଚେନ୍ନାଇରେ ଜନ୍ମ ହୋଇଥିବା ସକିଲାଙ୍କ ପିଲା ଦିନ ଖୁବ ଦାରିଦ୍ର୍ୟ ମଧ୍ୟରେ କଟିଥିଲା । ତେଣୁ ମାତ୍ର ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ହିଁ ପଢି ପାରିଥିଲେ ଏହି ଅଭିନେତ୍ରୀ । ଆଜିବି ଦକ୍ଷିଣ ଭାରତୀୟ ଫିଲ୍ମରେ ଖୁବ ଆକ୍ଟିଭ ଅଛନ୍ତି ସକିଲା । ନିଜ କ୍ୟାରିୟର ସେ ତାମିଲ, ତେଲୁଗୁ,କନ୍ନଡ଼ ତଥା ମାଲାୟାଲମ ଫିଲ୍ମରେ ଅଭିନୟ କରିଛନ୍ତି । ଆଜକୁ ଠିକ ୧୯ ବର୍ଷ ତଳେ ୨୦୦୦ ମସିହାରେ ସକିଲାଙ୍କ ଅଭିନୀତ ଏକ ଫିଲ୍ମ ‘କିନ୍ନର ଥୁମ୍ବିକଲ’ ରିଲିଜ ହୋଇଥିଲା । ଏହି ସିନେମାଟି ରାତାରାତି ତାଙ୍କୁ ଷ୍ଟାରର ପରିଚୟ ଦେଇ ପାରିଥିଲା । ଏମିତିକି ଏହା ପରେ ତାଙ୍କ ଅଭିନୀତ ସିନେମାକୁ ଅନ୍ୟ ଭାଷାରେ ଡବିଙ୍ଗ କରି ଲୋକ ଲୋଚନକୁ ଅଣାଯାଇଥିଲା । ଆଡଲ୍ଟ ଅଭିନେତ୍ରୀଙ୍କ ଭାବେ ସକିଲାଙ୍କ ନାଁ ଖୁବ ଚର୍ଚ୍ଚାର ପରିସରକୁ ଆସିଥିଲା ।

ଏହା ସହ ପଢନ୍ତୁ: ଗୋଲାପୀ ଲେହେଙ୍ଗାରେ ରୟାଲ ଲୁକ ଦେଲେ ମୁକେଶ ତନୟା ଇଶା ଅମ୍ବାନୀ

ଏବେ ପର୍ଯ୍ୟନ୍ତ ପ୍ରାୟ ସେ ପ୍ରାୟତଃ ୨୫୦ ସିନେମାରେ ଅଭିନୟ କରିସାରିଛନ୍ତି । ସେ ଅଭିନେତ୍ରୀ ସ୍ମିତାଙ୍କ ପଥକୁ ଅନୁସରଣ କରି ହିଁ ସିନେମାରେ ନିଜ କ୍ୟାରିୟର କରିବା ଆରମ୍ଭ କରିଥିଲେ । ଏହି ରୋଜଗାରରେ ତାଙ୍କୁ ନିଜର ୬ ପ୍ରାଣୀର ପରିବାରକୁ ଚଳାଇବାକୁ ପଡୁଥିଲା । ସିନେ ଜଗତରେ ନାଁ କମାଇବା ପରେ ନିଜର ଅଟୋବାୟୋଗ୍ରାଫି ଲେଖିଥିଲେ । ଯାହାକୁ ମାଲାୟାଲାମ ଭାଷାରେ ପବ୍ଲିସ କରାଯାଇଥିଲା । ଏହି ପୁସ୍ତକରୁ ମିଳିଥିବା ତଥ୍ୟ ଅନୁଯାୟୀ ଅତି ଛୋଟ ବୟସରେ ହିଁ ତାଙ୍କୁ ଏକ ଦୁଷ୍କର୍ମର ସାମ୍ନା କରିବାକୁ ପଡ଼ିଥିଲା । ଯାହା ବଦଳରେ ତାଙ୍କ ମା’ଙ୍କୁ ପଇସା ଦିଆଯାଇଥିଲା । ବହୁ ଶୀଘ୍ର ତାଙ୍କର ଏହି ଅଟୋ ବାୟୋଗ୍ରାଫିରେ ଏକ ସିନେମା ନିର୍ମାଣ ହେବାକୁ ଯାଉଛି | ଯେଉଁ ଥିରେ ରିଚା ଚଢା ଅଭିନୟ କରିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.