କୁନି ପ୍ରଶଂସକଙ୍କ ପାଇଁ ଏମିତି କିଛି କଲେ ଟାଇଗର ଶ୍ରଫ୍, ଭାଇରାଲ ହେଉଛି ଭିଡିଓ
ଟାଇଗର ଶ୍ରଫ୍ ଏବେ ନିଜ ଫିଲ୍ମ ‘ବାଗୀ ୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ସେ ମୁମ୍ବାଇରେ ଫିଲ୍ମର ପ୍ରମୋଶନ କରୁଛନ୍ତି। ନିକଟରେ ଫିଲ୍ମର କଳାକାରମାନେ ମୁମ୍ବାଇରେ ପ୍ରମୋଶନ ପାଇଁ ବାହାରିଥିବା ବେଳେ ସେମାନଙ୍କୁ କିଛି କୁନି ଫ୍ୟାନ୍ ମିଳିଯାଇଥିଲେ। ଏହି ମୁହୂର୍ତ୍ତ ବହୁତ କ୍ୟୁଟ୍ ଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଶ୍ରଦ୍ଧା କପୁର ଓ ଟାଇଗରଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘ବାଗୀ ୩’ର ଘୋଷଣା ପରେ ଫିଲ୍ମଟି ଚର୍ଚ୍ଚାରେ ଅଛି। ତେବେ ଫିଲ୍ମର ପ୍ରମୋଶନ ବେଳେ ଟାଇଗରଙ୍କୁ ଜଣେ କୁନି ପିଲା ଭେଟିଥିଲା। କିନ୍ତୁ ସେ ଟିକେ ନର୍ଭସ୍ ଥିବା ବେଳେ ପେପର୍ରେ ଟଇଗରଙ୍କର ସ୍କେଚ୍ ନେଇ ଆସିଥିଲା।
ପିଲାଟିକୁ ଟାଇଗର ଖୁବ୍ ସୁନ୍ଦର ଭାବେ ଟ୍ରିଟ୍ କରିଥିଲେ। ପେପର୍କୁ ତା’ ପିଠି ଉପରେ ରଖି ଅଟୋଗ୍ରାଫ୍ ଦେଇଥିଲେ। ଏହି ସମୟର ଫଟୋ ଫ୍ୟାନ୍ମାନଙ୍କୁ ବେଶ୍ ପସନ୍ଦ ଆସିଛି। ସେ ଫ୍ୟାନ୍ମାନଙ୍କ ସହ ମଧ୍ୟ ପୋଜ୍ ଦେଇଥିଲେ। ‘ବାଗୀ ୩’ ମାର୍ଚ୍ଚ ୬ରେ ରିଲିଜ୍ ହେବ।