ଖୁବ୍‌ ଶୀଘ୍ର ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲ-ଡିଜେଲ, ଉପଲବ୍ଧ ହେବ ସ୍ୱଚ୍ଛ ଏବଂ ଶୁଦ୍ଧ ତୈଳ

ବାୟୁ ପ୍ରଦୂଷଣ ପାଇଁ ସମସ୍ୟାରେ ଥିବା ଦିଳ୍ଳୀ ପାଇଁ ଖୁସି ଖବର। ଦେଶରେ ବିଏସ୬ ଉତ୍ସର୍ଜନ ମାନକ ଗ୍ରୀନ ଫ୍ୟୁଲ୍‌ ପେଟ୍ରୋଲ ଏବଂ ଡିଜେଲର ବିକ୍ରୀ ଆରମ୍ଭ ହୋଇଛି। ଦିଲ୍ଲୀ-ଏନସିଆରରେ ୬୦ ପ୍ରତିଶତ ଅଂଶ ହରିୟାଣା, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର କିଛି ଜିଲ୍ଲାରେ ବିଏସ-୬ ଇନ୍ଧନର ବିକ୍ରୀ ହେଉଛି। ସେହିପରି ୧ ଏପ୍ରିଲ ୨୦୨୦ର ଡେଲାଇନ ପୂର୍ବରୁ ଅକ୍ଟୋବର ପର୍ଯ୍ୟନ୍ତ ୮୦ ପ୍ରତିଶତ ଅଞ୍ଚଳରେ ବିକ୍ରି ହେବ।

ସରକାର ଗତ ସପ୍ତାହରେ ସଂସଦରେ ବୟାନରେ କହିଥିଲେ ଯେ ଦିଲ୍ଲୀରେ ପ୍ରଦୂଷଣ ସବୁଠାରୁ ବଡ କାରକ ପିଏମ-୧୦ ଅର୍ଥାତ ପାର୍ଟିକୁଲେଟ ମିଟରରେ ହ୍ରାସ ପାଇବା ସହିତ ବାୟୁ ସଫା ସୁତୁରା ହୋଇଛି। ବିଏ-୬ ଇନ୍ଧନରେ ୧୦ ପିପିଏମ (ପାର୍ଟସ ପର ମିଲିଗ୍ରାମ) ସଲଫର ରହିଥାଏ, କିନ୍ତୁ ବିଏସ-୪ ଇନ୍ଧନରେ ୫୦ ପିପିଏମ ସଲଫୀ ରହିଥାଏ।

petroll

ସେହିପରି ବିଏସ-୪ରେ ୦.୦୦୫ ଗ୍ରାମ ପ୍ରତି ଲିଟର ଲେଡ୍‌ ମିଳିଥାଏ, ସେହିପରି ବିଏସ-୬ରେ ଏହି ମାନକ ୦.୦୦୧ ଗ୍ରାମ ପ୍ରତି ଲିଟର ରହିଛି। ବିଏସ-୬ ଇନ୍ଧନର ଦାମ ଅଧିକ ହୋଇପାରେ। କାରଣ ଏହାର ରିଫାଇନିଂ ଅଧିକ ସମୟ ପାଇଁ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.