ଆଜି ବିଧାନସଭା ଆରମ୍ଭରୁ ହୋହଲ୍ଲା, ଗୃହକାର୍ଯ୍ୟ ସ୍ୱାଭାବିକ ହେବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି

ଭୁବନେଶ୍ବର: ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭରୁ ହୋହଲ୍ଲା। ମଣ୍ଡିରେ ଧାନ ବିକ୍ରି ନହେବା ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ମୋହନ ମାଝି କହିଛନ୍ତି ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଥିଲା। ମିଲରମାନେ ଚାଷୀଙ୍କୁ ଧାନ ବିକ୍ରି କରିଦେଉନାହାଁନ୍ତି। ଯେଉଁ ପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ ସେ ପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚଳାଇ ଦିଆଯିବନାହିଁ ବୋଲି ବିଜେପି ବିଧାୟକ ମୋହନ ମାଝି କହିଛନ୍ତି। ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ। ଫଳରେ ପୁଣି ଥରେ ଗୃହକାର୍ଯ୍ୟ ମୁଲତବୀ ରଖାଯାଇଛି। ଏହାପରେ ଗୃହକାର୍ଯ୍ୟ ସ୍ୱାଭାବିକ ହେବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି।