ଭାରତରେ ଡୋନାଲ୍ଡ ଟ୍ରମ୍ପ, ଅହମ୍ମଦାବାଦ ଏୟାରପୋର୍ଟରୁ ଆରମ୍ଭ ହୋଇଛି ରୋଡ୍‌ ସୋ

ଅହମ୍ମଦାବାଦ: ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଟ୍ରମ୍ପ ଅହମ୍ମଦାବାଦ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରଥିଲେ ଶହ ଶହ କଳାକାର । ଏୟାରପୋର୍ଟରୁ ଆରମ୍ଭ ହୋଇଛି ରୋଡ୍‌ ସୋ । ରାସ୍ତାର ଦୁଇ ପାର୍ଶ୍ୱରେ ରହି ସ୍ୱାଗତ କରିଛନ୍ତି ଲକ୍ଷ ଲକ୍ଷ ଲୋକ । ହଜାର ହଜାର କଳାକାର ଭାରତର ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ କରୁଛନ୍ତି । ଦିନ ୧୨ଟା ୧୫ରେ ଟ୍ରମ୍ପ ଅହମ୍ମଦାବାଦ ସ୍ଥିତ ସାବରମତୀ ଆଶ୍ରମରେ ପହଞ୍ଚିବେ । ଅପରାହ୍‌ଣ ୧ଟା ୦୫ରେ ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ସାମିଲ ହେବେ ।

roadପୃଥିବୀର ସବୁଠୁ ବଡ଼ ଷ୍ଟାଡିୟମରେ ସାରା ବିଶ୍ୱକୁ ସମ୍ବୋଧିତ କରିବେ ଟ୍ରମ୍ପ ଓ ମୋଦି । ଏହା ପରେ ଦିନ ୩ଟା ୩୦ରେ ଟ୍ରମ୍ପ ଆଗ୍ରା ଅଭିମୁଖେ ବାହାରିବେ । ଦିନ ୪ଟା ୪୫ରେ ଆଗରା ଏୟାରଫୋର୍ସ ଷ୍ଟେସନରେ ପହଞ୍ଚିବେ ଟ୍ରମ୍ପ । ୫ଟା ୧୫ରେ ଟ୍ରମ୍ପ ପତ୍ନୀଙ୍କ ସହ ତାଜମହଲ ପରିଦର୍ଶନରେ ଯିବେ । ସଂଧ୍ୟା ୬ଟା ୪୫ରେ ଆଗ୍ରାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଆମେରିକା ରାଷ୍ଟ୍ରପତି । ରାତି ୭ଟା ୩୦ରେ ଦିଲ୍ଲୀ ପାଲମ ଏୟାରପୋର୍ଟରେ ପହଞ୍ଚିବେ ଟ୍ରମ୍ପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.