ଟାଇଗରଙ୍କର ଫାଟିଗଲା ଆଖି, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଆକ୍ସନ ଷ୍ଟାର

ଟାଇଗର ଶ୍ରଫ ହେଲେ ଆହତ। ସୁଟିଂ ସେଟରେ ଆଖି ଫାଟିଯିବାକୁ ଯୋଗୁଁ ଆହତ ହୋଇଛନ୍ତି। ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସେଲଫି ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ଫ୍ୟାନ୍ସ ଖୁସି ହେବା ପରିବର୍ତ୍ତେ ଦୁଃଖିତ ହୋଇଛନ୍ତି। ଫଟୋରେ ଟାଇଗରଙ୍କ ଆଖିରେ କଳା ଦାଗ ଏବଂ ଫାଟିବା ଭଳି ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଟାଇଗର ଶ୍ରଫ ‘ଗଣପତ’ର ସୁଟିଂ ସେଟରେ ଆହତ ହୋଇଛନ୍ତି। ତାଙ୍କ ଆଖିରେ ମାଡ ହୋଇଛି। ଫଟୋ ସେୟାର କରି ଟାଇଗର ଲେଖିଛନ୍ତି ‘ଗଣପତ ଫାଇନାଲ କାଉଣ୍ଟଡାଉନ‘। ଫଟୋରେ ଟାଇଗରଙ୍କ ଆଖି ଲାଲ୍ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଆଖି ତଳେ କଳା ଦାଗ ଦେଖିବାକୁ ମିଳିଛି। କିନ୍ତୁ କେମିତି ଏପରି ହେଲା ତାହା ବିଷୟରେ ଟାଇଗର କିଛି କହିନାହାନ୍ତି।
View this post on Instagram
ସୂଚନାଯୋଗ୍ୟ, ଟାଇଗର ଏବେ ୟୁକେରେ ‘ଗଣପତ’ର ସୁଟ୍ କରିଛନ୍ତି। ସୋସିଆଲ ମିଡିଆରେ ଲଗାତାର ଏହି ଫିଲ୍ମର ଅପଡେଟ୍ ଫ୍ୟାନ୍ସଙ୍କ ସହିତ ସେୟାର କରୁଛନ୍ତି। ଏହି ଫିଲ୍ମରେ ପୁଣି ଥରେ ଦର୍ଶକ ଟାଇଗରଙ୍କ ଭରପୂର ଆକ୍ସନ କରିବେ। ଫିଲ୍ମରେ ଟାଇଗର ଶ୍ରଫଙ୍କ ସହିତ କୃତି ସାନନ ନଜର ଆସିବେ। ଫିଲ୍ମଟି ଆସନ୍ତାବର୍ଷ ଡିସେମ୍ବରରେ ରିଲିଜ ହେବ। ଏହାକୁ ‘କୁଇନ’ ଫିଲ୍ମର ନିର୍ଦ୍ଦେଶକ ବିକାଶ ବହଲ ନିର୍ଦ୍ଦେଶନା ଦେଉଛନ୍ତି।