ଭୁବନେଶ୍ୱରରେ ଓମିକ୍ରନ ମୁକାବିଲା ପାଇଁ ଆମେ ପ୍ରସ୍ତୁତ, ବିଦେଶ ଫେରନ୍ତାଙ୍କ ଉପରେ ରହିଛି ନଜର: BMC କମିଶନର

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ଓମିକ୍ରନ ମୁକାବିଲା ପାଇଁ BMC ପ୍ରସ୍ତୁତ ବୋଲି କହିଛନ୍ତି ବିଏମସି କମିଶନର । ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିଛି । ବିଏମସି ପକ୍ଷରୁ ସମସ୍ତଙ୍କ କଣ୍ଟାକ୍ଟ ଓ ଟ୍ରାକିଂ ଉପରେ ଗୁରୁତ୍ୱ ଦିଆଯାଉଛି । ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ସୁରକ୍ଷା ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଆକ୍ରାନ୍ତଙ୍କ ଜିନମ୍ ସିକ୍ୱେନ୍ସିଂ କରାଯାଉଛି । ସମସ୍ତଙ୍କୁ କୋଭିଡ଼ ହସପିଟାଲରେ ଭର୍ତ୍ତି କରାଯାଇଛି । କସମୋପଲିସ ଆପାର୍ଟମେଣ୍ଟରେ ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆଗକୁ ବଡ଼ ଦିନ ଓ ନୂଆବର୍ଷ ଆସୁଥିବାରୁ ବିଏମସି ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ ।
ସେହିପରି ଷ୍ଟେସନ ପରିସରରେ ବିନା ମାସ୍କରେ ବୁଲୁଥିବା ଲୋକଙ୍କୁ ଦଣ୍ଡିତ କରାଯାଉଛି । କରୋନା ନେଇ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରେଳବାଇ କର୍ତ୍ତୃପକ୍ଷ ।