ଏବେ ବଡ଼ ପରଦାରେ ଆସୁଛି ‘ଟମ୍‌ ଆଣ୍ଡ ଜେରି’, ସାମ୍ନାକୁ ଆସିଲା ଟ୍ରେଲର; ଦେଖନ୍ତୁ ଭିଡିଓ

ସବୁ ପିଲାଙ୍କ ମନପସନ୍ଦର କାର୍ଟୁନ୍‌ ଶୋ’ ହେଉଛି ‘ଟମ୍‌ ଆଣ୍ଡ ଜେରି’। ଶୋ’ରେ ମୂଷା-ବିଲେଇଙ୍କ ମଧ୍ୟରେ ରୋମାଞ୍ଚକ ଲଢ଼େଇ ଝଗଡ଼ା ଦେଖି ସମସ୍ତେ ହସିଥାନ୍ତି। ଦୀର୍ଘଦିନ ଧରି ‘ଟମ୍‌ ଆଣ୍ଡ ଜେରି’ ଶୋ’ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଆସୁଛି। ଏବେ ଏହି ମନୋରଞ୍ଜନ ଦ୍ୱିଗୁଣିତ ହେବାକୁ ଯାଉଛି। କାରଣ ଛୋଟ ପରଦା ପରେ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ ଟମ୍‌ ଆଉ ଜେରିଙ୍କ ମସ୍ତି। ଟମ୍‌ ଆଣ୍ଡ ଜେରିକୁ ଫିଲ୍ମ ରୂପେ ପ୍ରଦର୍ଶିତ କରାଯିବ। ମଙ୍ଗଳବାର ଏହାର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମ ଆସନ୍ତାବର୍ଷ ୨୦୨୧ରେ ରିଲିଜ୍‌ ହେବ।

ଟ୍ରେଲରରେ ଦେଖାଯାଇଛି ଯେ ଏଥରକ ପୁଣିଥରେ ଟମ୍‌ ଓ ଜେରି ମଧ୍ୟରେ ଝଗଡ଼ା ହେଉଛି। ଟମ୍‌ ଓ ଜେରି ଆମେରିକାର ସହର ନ୍ୟୁୟର୍କରେ ଉତ୍ପାତ ହେଉଥିବା ଦେଖିବାକୁ ମିଳିଛି। ଏକ ହୋଟେଲରେ ଜେରି ଲୋକଙ୍କୁ ହଇରାଣ କରୁଛି ଓ ଉକ୍ତ ହୋଟେଲ ତରଫରୁ ନିଯୁକ୍ତ ଟମ୍‌, ଜେରିକୁ ଧରିବାକୁ ଚେଷ୍ଟା କରୁଛି।

ଟମ୍‌ ଆଣ୍ଡ ଜେରି ନାମକ ଅଫିସିଆଲ ଟ୍ଵିଟର ପେଜ୍‌ରେ ଏହାର ଟ୍ରେଲର ରିଲିଜ୍‌ ହୋଇଛି। କ୍ୟାପ୍‌ସନ୍‌ରେ ଲେଖାଯାଇଛି ‘ଟମ୍‌ ଆଣ୍ଡ ଜେରି’ ନିଜ ମୂଷା-ବିଲେଇର ଖେଳ ନେଇ ବଡ଼ ପରଦାରେ ଆସୁଛି। ‘ଟମ୍‌ ଆଣ୍ଡ ଜେରି’ର ନୂଆ ଟ୍ରେଲର ଦେଖନ୍ତୁ। ଏହା ଆସନ୍ତା ୨୦୨୧ ରେ ରିଲିଜ୍‌ ହେବ। ଭିଡିଓକୁ ନଭେମ୍ବର ୧୭ରେ ସେୟାର କରାଯାଇଛି, ଯାହାକୁ ଏବେ ଯାଏଁ ୪.୫ ମିଲିୟନ୍‌ ଥର ଦେଖାଯାଇଛି। ଏଥିସହ ୮୧ ହଜାର ଲାଇକ୍‌ ଓ ୨୭ ହଜାରରୁ ଊର୍ଦ୍ଧ୍ୱ କମେଣ୍ଟ ମିଳିଛି। ଲୋକମାନେ ମଧ୍ୟ ଏଥିରେ ନିଜ ନିଜ ରିଆକ୍ସନ୍‌ ଦେଇଛନ୍ତି।

ଦେଖନ୍ତୁ ଟ୍ଵିଟରରେ ଲୋକମାନେ ଦେଇଥିବା କେତେକ ରିଆକ୍ସନ୍‌…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.