ବାପା ସଞ୍ଜୟ ଦତ୍ତଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ତ୍ରିଶଲା, କହିଲେ ଏମିତି କଥା

ମୁମ୍ବାଇ : ବିଗତ କିଛି ଦିନ ମଧ୍ୟରେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଥମ ଝିଅ ତ୍ରିଶଲା ନିଜ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ସାନ୍ତ୍ୱନା ଦେବା ପାଇଁ ସଞ୍ଜୟ ତାଙ୍କ ପାଖକୁ ଯାଇ ନଥିଲେ । ସେ ନେଇ ଅନେକ ସମୟରେ ଝିଅ ତ୍ରିଶଲାଙ୍କ ସହ ସଞ୍ଜୟଙ୍କ ସଂପର୍କ କିଭଳି,  ପ୍ରଶ୍ନ ଉଠିଥିଲା । ଯାହା ପରେ ଦୁହିଁଙ୍କ ସଂପର୍କରେ ତିକ୍ତତା ଆସି ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମା’ଙ୍କ ମୃତ୍ୟୁ ପରେ ନିଜ ଅଜା-ଆଈଙ୍କ ପାଖରେ ତ୍ରିଶଲା ରହି ଆସୁଛନ୍ତି । ନିଜ ବାପାଙ୍କ ସହ ତାଙ୍କ ସଂପର୍କ ଠିକ୍‌ ନଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମୁହଁ ଖୋଲିଛନ୍ତି ତ୍ରିଶଲା ।

sanjayaa

ଏହାସହ ପଢନ୍ତୁ:

ରେସଲିଙ୍ଗ୍‌ ରିଙ୍ଗ୍‌ ଭିତରେ ଜବରଦସ୍ତ ଠୁମକା ଲଗାଇଲେ ସପନା ଚୌଧୁରୀ, ଥରେ ଦେଖନ୍ତୁ ଏହି ଡାନ୍ସ ଭିଡିଓ

ଇନ୍‌ଷ୍ଟାରେ ତ୍ରିଶଲାଙ୍କ ପ୍ରଶଂସକ ତାଙ୍କୁ ନିଜ ବାପା ସଞ୍ଜୟ ଦତ୍ତଙ୍କ ସହ ସଂପର୍କ ତିକ୍ତ ହୋଇଛି କି ନାହିଁ ପଚାରିବା ପରେ ସେ କହିଛନ୍ତି କି, ଯାହାବି କିଛି ଆପଣ ଦେଖୁଛନ୍ତି ବା ପଢ଼ୁଛନ୍ତି, ସେ ସବୁ ଉପରେ ବିଶ୍ୱାସ କରନ୍ତୁ ନାହିଁ । ମୁଁ ଜାଣି ନାହିଁ, କେଉଁଠାରୁ ଏଭଳି ଖବର ଆସୁଛି । କିନ୍ତୁ ତାହା ସତ ନୁହେଁ ।