ବିଗବସ୍‌ ଘରେ ପୁରୁଣା ସ୍ମ୍ରୁତିକୁ ତାଜା କଲେ ମାଧୁରୀ ଏବଂ ସଲମାନ ଖାନ୍‌

ଟିଭିର ସବୁଠାରୁ ବିବାଦିତ ଏବଂ ହାଇଏଷ୍ଟ ଟିଆରପି ରିୟଲିଟି ଶୋ ‘ବିଗ ବସ୍‌ ୧୩’ର ସିଜନ ଜଲଦି ରିଲିଜ୍‌ ହେବାକୁ ଯାଉଛି। ଏଥିର ବିଗବସ୍‌ ଘରେ ବହୁତ କିଛି ନୁଆ ଦେଖିବାକୁ ମିଳିବ। ସିଜନର ଲଞ୍ଚ ପାଇଁ ବି ଗ୍ରାଣ୍ଡ ପ୍ରସ୍ତୁତି ହେଉଛି। ନିକଟର ବିଗ ବସର ନୂଆ ଆଲିସାନ ଘରକୁ ଦେଖିବା ପାଇଁ ବଲିଉଡର ଦୁଇ ବଡ ଷ୍ଟାର ସଲମାନ ଖାନ୍‌ ଏବଂ ମାଧୁରୀ ଦିକ୍ଷୀତ ପହଁଚିଥିଲେ। ଏହି ସମୟରେ ବିଗ ବସ ସେଟକୁ ଏମିତି ସଜ୍ଜିତ କରାଯାଇଥିଲା ଯେ ଦର୍ଶକ ଏହାକୁ ଦେଖିଲେ ପୁରୁଣା ଦିନକୁ ମନେ ପକାଇବେ।

ମାଧୁରୀ ଏବଂ ସଲମାନ ‘ହମ ଆପ କେ ହେ କୌନ’ରେ ପ୍ରେମ ଏବଂ ନିସା ଅନ୍ଦାଜରେ ଦୁହିଁଙ୍କ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଥିଲା। ମାଧୁରୀ ନିଜର ରିୟଲିଟୀ ଶୋ ‘ଡ୍ୟାନ୍ସ ଦିଓ୍ଵାନୀ’ର ମଧ୍ୟ ପ୍ରମୋସନ କରିଥିଲେ। ଯାହାର ଗ୍ରାଣ୍ଡ ଫିନାଲେ ଆଜି ରହିଛି।

ଦେଖନ୍ତୁ ଭିଡିଓ