କାହିଁ କରିଥିଲେ ବାପୁ ଶେଷ ଉପବାସ, ଜାଣନ୍ତୁ ଏ ସମ୍ପର୍କରେ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏହି ବର୍ଷ ୧୫୦ ତମ ଜନ୍ମ ଦିବସ ପାଳନ ହେବାକୁ ଯାଉଛି । ନିଜ ଜୀବନକୁ ସମ୍ପୂର୍ଣ ରୂପେ ଦେଶ ସେବାରେ ହିଁ ନିୟୋଜିତ କରିଥିଲେ । ଏମିତି ଦେଶର ସ୍ୱାର୍ଥ ପାଇଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ କରିବାକୁ ମଧ୍ୟ ପଛାଉନଥିଲେ । ଅହିଂସାର ପରମ ପୂଜାରୀ ଗାନ୍ଧୀଙ୍କ ଜୀବନର ଶେଷ କିଛି ଦିନ ସମ୍ପର୍କରେ କିଛି

ବାପୁଙ୍କ ଶେଷ ରେଳ ଯାତ୍ରା:

୧୯୪୭ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ବାପୁ କଲିକତା ରୁ ଦିଲ୍ଲୀ ଅଭିମୁଖେ ଆସୁଥିଲେ । ସାହଦାରା ରେଳ ଷ୍ଟେସନରେ ପହଂଚିବା ପୂବରୁ ସେଠାରେ ଜବାହର ଲାଲ ନେହେରୁ ଓ ରାଜ କୁମାରୀ ଅମୃତ କୌର ଉପସ୍ଥିତ ଥିଲେ | ସର୍ଦାର ପଟେଲ ମଧ୍ୟ ଥିଲେ । ପଟେଲ ସେହି ସମୟରେ ପଟେଲ ତାଙ୍କୁ କହିଥିଲେ କି ଏବେ ବାପୁଙ୍କର ବାଲ୍ମୀକି ବସ୍ତିରେ ରହିବା ଉଚିତ ନୁହେଁ । ଜବାହର ମଧ୍ୟ ସେଇୟା ଚାଁହୁଥିଲେ । ତେଣୁ କରି ବାପୁ ବିରଳା ହାଉସରେ ରହିବାର ନିଷ୍ପତି ନେଇଥିଲେ । ସାହାଦରା ଠାରୁ ବିରଳା ହାଉସ ଯିବା ରାସ୍ତାରେ ହିଁ ଗାନ୍ଧୀ ଦିଲ୍ଲୀର ଏକ ନୂଆ ରୂପ ଯେମିତି ଦେଖି ଦେଇଥିଲେ । ସାରା ସହର ଯେମିତି ହୁତୁହୁତୁ ହୋଇ ଜାଳି ଉଠୁଥିଲା ।ଏହିଥିରୁ ହିଁ ବାପୁ ଘଟଣାର ସମ୍ବେଦନ ଅବସ୍ଥା ବିଷୟରେ ଅନୁମାନ ଲଗେଇ ପାରିଥିଲେ । ବାପୁ ଦିଲ୍ଲୀ ଆସିବା ପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କୁ ଶାନ୍ତିରେ ରହିବାକୁ ନିବେଦନ ମଧ୍ୟ କରିଥିଲେ । ଏହି ସମୟରେ ଜାତି ଧର୍ମ ନିର୍ବିଶେଷରେ ବହୁ ଲୋକ ତାଙ୍କ ସାହ ଭେଟିବାକୁ ଆସୁଥିଲେ । ଏମିତିକି ମୁସଲମାନ ମାନେ ମଧ୍ୟ ତାଙ୍କ ନିକଟକୁ ଆସୁଥିଲେ । ସେତିକି ବେଳେ ହିଁ ଗାନ୍ଧୀ କହିଥିଲେ କି ମୁଁ ଦିଲ୍ଲୀ କରିବାକୁ ନଚେତ ମାରିବାକୁ ଆସିଛି ।

ଏହା ସହ ପଢନ୍ତୁ:

ଦେଶ ପାଇଁ ହସି ହସି ଜୀବନ ଦେଇଥିବା ଏହି ଶହୀଦଙ୍କର ଆଜି ଜନ୍ମ ଦିନ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

 

ଜୀବନର ଶେଷ ଉପବାସ:

ଯେତେବେଳେ ଗାନ୍ଧୀଙ୍କର ଶତ ଚେଷ୍ଟା ପରେ ବି ଦଙ୍ଗା ବନ୍ଦ ହୋଇନଥିଲା ସେହି ସମୟରେ ସେ ଉପବାସ କରିବାର ନିର୍ଣ୍ଣୟ ନେଇଥିଲେ । ୧୯୪୮ ମସିହା ଜାନୁଆରୀ ୧୩ ତାରିଖରେ ଅନିଶ୍ଚିତ କାଳ ପାଇଁ ଉପବାସ ଆରମ୍ଭ କରିଥିଲେ । ଯେତେବେଳେ ସବୁ ଧର୍ମର ହୃଦୟ ଏକାଠି ହୋଇଯିବ ସେବେହିଁ ସେ ଏହି ଉପବାସ କୁ ଭଙ୍ଗ କରିବେ । ଗାନ୍ଧୀଙ୍କର ଏହି ଅନଶନ ଦେଖି ହିଁ ଦିଲ୍ଲୀର ଦଙ୍ଗା ଧୀରେ ଧୀରେ ଥମି ବାକୁ ଲାଗିଥିଲା ।| ସେ ଏକ ଶାନ୍ତି ଦୂତ ଭାବେ ଘର ଘର ବୁଲି ଲୋକଙ୍କୁ ଶାନ୍ତିର ବାର୍ତା ଦେବାକୁ ଚେଷ୍ଟା କରିଥିଲେ । ଦିଲ୍ଲୀର ହିନ୍ଦୁ ମହାସଭା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆଦି ବିଭିନ୍ନ ସଂଗଠନର ସଦସ୍ୟ ଥିଲେ । ଜାନୁଆରୀ ୧୮ ତାରିଖ ସକାଳ ୧୧.୩୦ ମିନିଟ ସମୟରେ ହିଁ ଗାନ୍ଧୀଙ୍କ ଶାନ୍ତି ପାଇଁ ଥିବା ସର୍ତ୍ତ ଗୁଡିକୁ ସ୍ୱୀକାର କରିଥିଲେ । ଏହାକୁ ଗାନ୍ଧୀଙ୍କର ‘ଶାନ୍ତି ଶପଥ’ କୁହାଯାଏ । ଏହି ସମୟରେ ହିଁ ଗାନ୍ଧୀ ନିଜ ଉପବାସ ଭଙ୍ଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.