RTO କର୍ମଚାରୀ ପିନ୍ଧିବେ ବ୍ୟାଣ୍ଡ : ପରିବହନ କମିଶନର
ଭୁବନେଶ୍ବର (କେନ୍ୟୁଜ) : ଆରଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ବଡ଼ ପ୍ରୟାସ । ସେହି ଆଧାରରେ ସବୁ ଆଞ୍ଚଳିକ ଆରଟିଓ କାର୍ଯ୍ୟାଳୟକୁ ଚିଠି ଲେଖି ଜଣାଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା। ମଧ୍ୟସ୍ଥି, ଦଲାଲ କିମ୍ବା ଏଜେଣ୍ଟମାନେ କିଭଳି ଆରଟିଓ ଅଫିସରେ ପ୍ରବେଶ କରି ପାରିବେ ନାହିଁ, ସେଥିପାଇଁ ନୋଟିସ ଫଳକ ସବୁ ଆରଟିଓ ଅଫିସର କାନ୍ଥବାଡ଼ରେ ଲଗାଯିବ। କୌଣସି ଆରଟିଓ କର୍ମଚାରୀ ଦଲାଲଙ୍କୁ ପ୍ରୋତ୍ସାହନ ନଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦଲାଲ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରଭେଦ ବାରିବା ପାଇଁ ଆରଟିଓର ସମସ୍ତ ସରକାରୀ କର୍ମଚାରୀ ହାତରେ ବ୍ଲୁ ବ୍ୟାଣ୍ଡ ପିନ୍ଧି ଆସିବେ। ସେହିଭଳି ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀମାନେ ଗ୍ରୀନ୍ ବ୍ୟାଣ୍ଡ ପିନ୍ଧିବେ। ସ୍ମାର୍ଟ ଚିପ୍ ସେବାର କର୍ମଚାରୀମାନେ ୟେଲୋ ବ୍ୟାଣ୍ଡ ପିନ୍ଧିବେ।