କରୋନା ସହିତ ଲଢିବା ପାଇଁ ଭିଡିଓ କ୍ୟାମ୍ପେନରେ ସାମିଲ ହେଲେ ଟିଭିଷ୍ଟାର, ଦେଲେ “ହମ ହୋଙ୍ଗେ କାମୟାବ’ ଭଳି ସନ୍ଦେଶ

କରୋନା ଭାଇରସ ଯୋଗୁଁ ଭାରତରେ ଲକଡାଉନ ଚାଲିଛି । ମୋଦି ମଧ୍ୟ ଲକଡାଉନର ସମୟ ସୀମାକୁ ୩ ମଇ ପର୍ଯ୍ୟନ୍ତ ବଢାଇବା ପରେ ସରକାର ଦୁଇଗଣା ପ୍ରସ୍ତୁତି ଏବଂ ଗାଇଡଲାଇନ ସହିତ ଆଗକୁ ବଢୁଛି । ଘରେ ବନ୍ଦ ହୋଇ ରହୁଥିବା ଲୋକଙ୍କ ହତାଶ ଦୂର କରିବା ପାଇଁ ଟିଭି ଇଣ୍ଡଷ୍ଟ୍ରୀର କଳାକାର ମଧ୍ୟ ସମାନ୍ତରାଳ ପ୍ରୟାସ ଜାରି ରଖିଛନ୍ତି । ସମାଜରେ କରୋନା ଭାଇରସ ସହିତ ଲଢିବା ପାଇଁ ପାଇଁ କଲର୍ସର ଚ୍ୟାନେଲର କଳାକାର ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । କଲର୍ସ ସମାଜସେବୀ ସଂସ୍ଥା ଗୁଞ୍ଜ ସହିତ ହାତ ମିଳାଇ ଏକ ଭିଡିଓ କ୍ୟାମ୍ପେନ ଚାଲୁ ରଖିଛି । ଏହି ଭିଡିଓରେ କଲର୍ସର ମୁଖ୍ୟ ଆଠଟି ଶୋର କଳାକାର “ହମ ହୋଙ୍ଗେ କାମୟାବ’ ଗୀତ ଗାଉଥିବାରୁ ନଜର ଆସିଛନ୍ତି ।

କଲର୍ସ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଭିଡିଓ କ୍ୟାମ୍ବେନରେ “ଚୋଟି ସରଦାରିନୀ, ନାଗିନ ଭାଗ୍ୟ କା ଜହରିଲା ଖେଳ, ବିଦ୍ୟା, ପବିତ୍ର ଭାଗ୍ୟ, ଶକ୍ତି.. ଅସ୍ତିତ୍ୱ କେ ଅହେସାସ, ଶୁଭାରମ୍ଭ’ ଭଳି ଟିଭି ସିରିଅଲର କଳାକାର ନଜର ଆସିଛନ୍ତି । ଏମାନେ ଭିଡିଓ ଜରିଆରେ ଲୋକମାନଙ୍କୁ ସନ୍ଦେଶ ଦେଇଛନ୍ତି । ସମସ୍ତେ କିପରି ଏପରି ପରିସ୍ଥିତିରେ ଏକାଠି ରହି ଏହାକୁ ସମ୍ମୁଖୀନ କରିବାର ବାର୍ତ୍ତା ଦେଇଛନ୍ତି ।

ଏହା ପୂର୍ବରୁ ବଲିଉଡ ସୁପରଷ୍ଟାର ଏକ ଭିଡିଓ ଗୀତ ରିଲିଜ କରି ସମଗ୍ର ଦେଶବାସୀଙ୍କୁ ଉତ୍ସାହିତ କରି କରୋନା ଭାଇରସ ସହିତ ଲଢିବା ପାଇଁ ବାର୍ତ୍ତା ଦେଇଥିଲେ । ଏହି ଭିଡିଓରେ ବିକି କୌଶଲ, ଆୟୁଷ୍ମାନ ଖୁରାନ, ଅକ୍ଷୟ କୁମାର, ଭୂମି ପେଡେନକର, କ୍ରିତି ସାନନ, ରାଜକୁମାର ରାଓ, ସିଦ୍ଧାର୍ଥ ମଲହୋତ୍ରା, ତାପସୀ ପାନ୍ନୁ ଭଳି କଳାକାର ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.