ଗର୍ଭ ଧାରଣ ପାଇଁ ଏହି ସେଲିବ୍ରେଟିଙ୍କୁ ଭୋଗିବାକୁ ପଡିଛି ଅନେକ କଷ୍ଟ, ଏକାଧିକ ଥର ଫେଲ୍ ହୋଇଛି IVF ପ୍ରକ୍ରିୟା
ଖାଲି ସାଧାରଣ ମହିଳା ଏହି କଷ୍ଟ ଦେଇ ଗତିନଥାନ୍ତି ଏମିତି ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ଗର୍ଭଧାରଣ ପାଇଁ ବହୁତ କଷ୍ଟ ସହିଛନ୍ତି । ଏକାଧିକ ଥର ଏମାନଙ୍କର IVF ପ୍ରକ୍ରିୟା ଫେଲ୍ ହୋଇଛି।

ଆଜିକାଲି ଅନେକ ଦମ୍ପତି ସନ୍ତାନଟିଏ ପାଇବା ପାଇଁ ବହୁତ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ବିବାହ ପରେ ପିଲାଟିଏ ହୋଇଗଲେ ଜୀବନ ପୂର୍ଣ୍ଣ ବୋଲି କୁହାଯାଏ କିନ୍ତୁ ଆଜିର ଦୁନିଆରେ ମହିଳା ମାନେ ପିଲା ଜନ୍ମ କରିବାରେ ବହୁତ ଅସୁବିଧାର ସାମ୍ନା ହେଉଛନ୍ତି। ମହିଳା ମାନଙ୍କ ପାଇଁ ନିଃସନ୍ତାନ ହେବା ଏକ ଭାରୀ ବୋଝ ଠାରୁ କମ୍ ହୋଇ ନଥାଏ। ସନ୍ତାନହୀନତା ଏକ ଏମିତି କଷ୍ଟ ଯାହା ଏକ ମହିଳାକୁ ଖାଲି ଶରୀରିକ ରୂପେ ନୁହେଁ ବରଂ ମାନସିକ ରୁପେ ମଧ୍ଯ ଭାଙ୍ଗିଦିଏ। ତେବେ ଖାଲି ସାଧାରଣ ମହିଳା ଏହି କଷ୍ଟ ଦେଇ ଗତିନଥାନ୍ତି ଏମିତି ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ଗର୍ଭଧାରଣ ପାଇଁ ବହୁତ କଷ୍ଟ ସହିଛନ୍ତି ।
ନମିତା ଥାପର:
ଶାର୍କ ଟ୍ୟାଙ୍କ ଇଣ୍ଡିଆର ଜର୍ଜ ନମିତା ଥାପରଙ୍କ ବିଷୟରେ। ନମିତା ଥାପର ଏହି ସୋର ଏକ ଏପିସୋଡରେ କହିଥିଲେ ଯେ ସେ ୨୮ବର୍ଷ ବୟସରେ ସ୍ୱାଭାବିକ ଭାବରେ ଗର୍ଭବତୀ ହେବା ପରେ ତିନିରୁ ଚାରି ବର୍ଷ ଧରି ସେ ଦ୍ବିତୀୟ ସନ୍ତାନ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ସେ ଦୁଇଥର IVF ଉପାୟରେ ସନ୍ତାନ ପାଇଁ ଚିକିତ୍ସା କରିଥିଲେ। ହେଲେ ସେଥିରେ ମଧ୍ଯ ସେ ସୁଫଳ ପାଇପାରିନଥିଲେ।
IVF ସମୟରେ ୨୫ ଟି ଇଞ୍ଜେକ୍ସନ୍ ର କଷ୍ଟ ତାଙ୍କୁ ସହିବାକୁ ପଡିଥିଲା, ଯାହା ତାଙ୍କୁ ‘ଭାବପ୍ରବଣ କରିବା ସହିତ ଶାରୀରିକ ଯନ୍ତ୍ରଣା’ ଦେଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇଟି ଚେଷ୍ଟା ପରେ ସେ ଚିକିତ୍ସା ବନ୍ଦ କରି କେବଳ ଗୋଟିଏ ପିଲାକୁ ନେଇ ଖୁସି ହୋଇଥିଲେ। ହେଲେ ପୁଣି ସେ କିଛି ମାସ ପରେ ପ୍ରାକୃତିକ ଭାବରେ ଗର୍ଭଧାରଣ କରିବାରେ ସକ୍ଷମ ହୋଇଥିଲେ। ତଥାପି ସେ IVF ସମୟରେ ପାଇଥିବା କଷ୍ଟକୁ ଏତେ ସହଜରେ ଭୁଲି ପାରିନଥିଲେ।
ଦେବିନା ବାନାର୍ଜୀ:
ସେହିପରି ଟେଲି ଅଭିନେତ୍ରୀ ଦେବିନା ବାନାର୍ଜୀ। ବିବାହର ୧୧ ବର୍ଷ ପରେ, ଦେବିନା ବହୁତ ଅସୁବିଧା ପରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ତାଙ୍କ ଗର୍ଭଧାରଣରେ ଅନେକ ଜଟିଳତା ଦେଖାଦେଇଥିଲା । IVFର ଚାରିଟି ବିଫଳ ପ୍ରୟାସ ପରେ ହିଁ ସେ ତାଙ୍କର ପ୍ରଥମ ସନ୍ତାନକୁ ଗର୍ଭଧାରଣ କରିପାରିଥିଲେ। ତେବେ ୨୦୨୨ ସେମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। କାରଣ ଉଭୟ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ। ସେମାନଙ୍କ ଝିଅ ଲିଆନା ୩ ଏପ୍ରିଲରେ ଜନ୍ମ ହୋଇଥିଲେ।
ତେବେ ଏହାର ପ୍ରାୟ ଚାରି ମାସ ପରେ, ଦେବିନା ଏବଂ ଗୁରୁମିତ ଆଉ ଏକ ଖୁସି ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଅଗଷ୍ଟ ୧୬ରେ, ଦେବିନା ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ ଯେ ସେ ଏବଂ ଗୁରୁମିତ ପୁଣି ଥରେ ପିତାମାତା ହେବାକୁ ଯାଉଛନ୍ତି। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଦମ୍ପତିଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଥିଲେ, କିନ୍ତୁ ଟ୍ରୋଲ ମଧ୍ୟ ହୋଇଥିଲେ। ତେବେ ଦେବିନା ବାନାର୍ଜୀ କିନ୍ତୁ ସ୍ୱାଭାବିକ ଭାବରେ ଦ୍ୱିତୀୟ ଥର ଗର୍ଭଧାରଣ କରିଥିଲେ। ଏବେ ସେ ଦୁଇଟି କନ୍ଯା ସନ୍ତାନର ମା।
ମାହି ଭିଜ୍:
ଟେଲି ଅଭିନେତ୍ରୀ ମାହି ଭିଜ୍ ମଧ୍ଯ ସମାନ ଅସୁବିଧା ଦେଇ ଗତି କରିଥିଲେ। ସେ ମଧ୍ଯ ,ଏକାଧିକ ଥର IVF ପ୍ରୟାସ କରିବା ପରେ ବିଫଳ ହୋଇଥିଲେ। ତେବେ ଶେଷ ଥର ପାଇଁ ସେ ଆଉ ଥରେ IVF ଚେଷ୍ଟା କରିଥିଲେ, ଯାହା ତାଙ୍କୁ ପଜିଟିଭ୍ ରେଜଲ୍ଟ ଦେଇଥିଲା। ସେ ବତ୍ତମର୍ମାନ ଏକ କନ୍ଯା ସନ୍ତାନର ମା।
କାଶ୍ମେରା ଶାହା:
ସେହିଭଳି ଅଭିନେତ୍ରୀ କାଶ୍ମେରା ଶାହା ମଧ୍ଯ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ ସେ ୧୪ଥର ଆଇଭିଏଫରେ ପ୍ରୟାସ କରି ବିଫଳ ହେରଇଥିଲେ। ଯାହା ତାଙ୍କ ଶରୀରରେ ଖୁବ୍ ଖରାପ ପ୍ରଭାବ ପକାଇଥିଲା। ପରେ, କାଶ୍ମେରା ଏବଂ କୃଷ୍ଣ ଅଭିଷେକ ସରୋଗେସି ପ୍ରଣାଳୀ ଚୟନ କରିଥିଲେ। ଯାହା ପରେ ସେ ଯାଳାଁ ପୁତ୍ର ସନ୍ତାନର ଅଧିକାର ହୋଇଥିଲେ
ସମ୍ଭାବନା ସେଠ୍:
ଅନ୍ଯପଟେ ସମ୍ଭାବନା ସେଠ୍ ଯିଏକି ଚାରି ଥର IVF ପ୍ରୟାସ କରି ବିଫଳ ହୋଇସାରିଛନ୍ତି। ସେ ଗର୍ଭବତୀ ହେବା ପାଇଁ ଏବେ ବି ନିଜର ସଂଘର୍ଷ ଜାରି ରଖିଛନ୍ତି।
ପାୟଲ ରୋହତଗି:
ସେହିଭଳି ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି ପାୟଲ ରୋହତଗି । ଶୋ ଲକ୍ ଅପ୍ ରେ ପାୟଲ ରୋହତଗି ପ୍ରକାଶ କରିଥିଲେ ଯେ ସେ ଗର୍ଭବତୀ ହୋଇପାରିବେ ନାହିଁ। ସେ ଥରେ IVF କରିଥିବା ବିଷୟରେ ମଧ୍ୟ କହିଥିଲେ। ଯାହା ବିଫଳ ହୋଇଥିଲା।
ଏକତା କପୁର:
ଶେଷରେ ଡିଜିଟାଲ ମନୋରଞ୍ଜନଠୁ ନେଇ ଟିଭି ସିରିୟଲ ପର୍ଯ୍ୟନ୍ତ ନିଜର ଏକ ବଡ଼ ପରିଚୟ ସୃଷ୍ଟି କରିଥିବା ଏକତା କପୁର ମଧ୍ଯ ଏହି ଅସୁବିଧା ଦେଇ ଗତି କରିଛନ୍ତି । ଏକତା କପୁର ସରୋଗେସି ମାଧ୍ୟମରେ ମା ହୋଇଥିଲେ । କିନ୍ତୁ ସେ ଥରେ ଏକ ପୋଷ୍ଟ ସେୟାର କରିଥିଲେ।
ଯେଉଁଥିରେ ସେ IVF ମାଧ୍ୟମରେ ଗର୍ଭବତୀ ହେବାକୁ ଚେଷ୍ଟା କରୁଥିବା ବିଷୟରେ କହିଥିଲେ। କିନ୍ତୁ ସେଥିରେ ସେ ବିଫଳ ହୋଇଥିଲେ। ତେବେ ତାଙ୍କ ଡାକ୍ତର ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ଲେଖାଥିଲା, ‘ଏକତା କପୁର ମା ହେବାର କିଛି ବର୍ଷ ପର୍ବରୁ ତାଙ୍କ ପାଖକୁ ଯାଇଥିଲେ।ଏକାଧିକ ଥର IVF ସହିତ ଗର୍ଭବତୀ କରିବାକୁ ଚେଷ୍ଟା କରାଯାଇଥିଲା ହେଲେ ତାହା ବିଫଳ ହୋଇଥିଲା।