ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରିରେ ଚାକିରି ସୁଯୋଗ, ସ୍ପୋଟର୍ସ ସାର୍ଟିଫିକେଟ ଥିଲେ ମିଳିବ ପ୍ରାଧାନ୍ୟ

ରେଳ ମନ୍ତ୍ରଣାଳୟରେ ଗ୍ରୁପ ଡି ଚାକିରି । ସ୍ପୋଟର୍ସ ସାର୍ଟିଫିକେଟ ଥିଲେ ତୁରନ୍ତ କରନ୍ତୁ ଆବେଦନ । ଇଚ୍ଛୁକ ପ୍ରାର୍ଥୀ ଅଫଲାଇନରେ କରିପାରିବେ ଆବେଦନ । ୧୩ ମାର୍ଚ୍ଚ ଆବେଦନ କରିବାର ଶେଷ ତାରିଖ ।

ଯଦି ଆପଣ ଚାକିରି କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରିରେ ଚାକିରି କରିବା ପାଇଁ ନୋଟିଫିକେସନ ଜାରି ହୋଇଛି। ଏଠାରେ ଅନେକ ପଦବୀ ଖାଲିପଡିଛି । ରେଳ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ତତ୍କାଳ ଗ୍ରୁପ ଡି ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଅଫଲାଇନ ମୋଡରେ ଆବେଦନ କରାଯିବ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୩ ମାର୍ଚ୍ଚ ୨୦୨୩ ରହିଛି ।

ପଦବୀ ବିବରଣୀ : ୧୫

ଫୁଟବଲ, ବଡି ବିଲିଡିଂ, କବାଡି, ହକି, କ୍ରିକେଟ ଏବଂ ଭାରୋତ୍ତୋଳନ ଭଳି ଖେଳରେ ପ୍ରବୀଣ ଥିବା ପ୍ରାର୍ଥୀ ଆବେଦନ କରିପାରିବେ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ୨୫ ବର୍ଷ ନିର୍ଦ୍ଧାରିତ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ଏହିସବୁ ପଦବୀ ପାଇଁ ପ୍ରାର୍ଥୀ ୧୦ମ ପାସ୍‌ ସହିତ ଆଇଟିଆଇ ପାସ୍‌ କରିବା ସହିତ ବିଭିନ୍ନ ସ୍ଫୋଟର୍ସ ଷ୍ଟ୍ରିମରେ ଖେଳିଥିବା ଜରୁରୀ କିମ୍ବା ଏନସିଭିଟି ଦ୍ୱାରା ପ୍ରଦାନ କରାଯାଇଥିବା ନ୍ୟାସନାଲ ଅପାରଣ୍ଟିସସାର୍ଟିଫିକେଟ ଥିବା ଜରୁରୀ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବେ । ସେହିଭଳି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପୂର୍ବତନ ସୈନିକ, ପିଡବ୍ଲ୍ୟୁଡି, ମହିଳା, ଓବିସି ପ୍ରାଥୀଁ ୨୫୦ ଟଙ୍କା ଦେବାକୁ ହେବ।

ଆବେଦନକାରୀ ଚେନ୍ନାଇରେ ଦିଆଯାଇଥିବା ସିଏଓ/ଆଇସିଏଫ ପକ୍ଷରୁ ଡିମାଣ୍ଡ ଡ୍ରାଫ୍ଟ କରି ଭାରତୀୟ ପୋଷ୍ଟାଲ ଅର୍ଡର କରି ଶୁଳ୍କ ଦେବାକୁ ହେବ ।

ଚୟନ ପ୍ରକ୍ରିୟା :

ରେଳ ମନ୍ତ୍ରଣାଳୟ ଭର୍ତ୍ତି ୨୦୨୩ ମୁତାବକ, ଆବେଦକଙ୍କ ୨୦୨୨-୨୩ ବର୍ଷ ପାଇଁ ସ୍ପୋଟର୍ସ କୋଟା ଅଧିନରେ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରି ପାଇଁ ନିଯୁକ୍ତି କରାଯିବ ।

ପ୍ରାର୍ଥୀଙ୍କ ଚୟନ ଟ୍ରାଏଲ ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ ।

ଇଚ୍ଛୁକ ପ୍ରାର୍ଥୀ ସମୟ ସୀମା ପୂର୍ବରୁ ସ୍ପିଡ ପୋଷ୍ଟ ମାଧ୍ୟମରେ ପଠାଇପାରିବେ ।

ଏହି ଭର୍ତ୍ତି ପାଇଁ ୨୮ ଏବଂ ୨୯ ମାର୍ଚ୍ଚ ୨୦୨୩ରେ ଟ୍ରାଏଲ ଆୟୋଜନ କରାଯିବ ।

ଆବେଦନ ଫର୍ମ ପଠାଇବାର ଠିକଣା : 

Assistant Personnel Officer/Recruitment,
            Integral Coach Factory,
            Chennai – 600 038

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.