Below header

ପ୍ରଥମ ଥର ପାଇଁ ଜାତୀୟ ଇତିହାସରେ ଦୁଇଟି ଓଡ଼ିଆ ସିନେମା ଗୋଟିଏ ପୁରସ୍କାର ପାଇଁ ହୋଇଛନ୍ତି ବିବେଚିତ

ଘୋଷଣା ହୋଇଛି ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର । ପ୍ରଥମ ଥର ପାଇଁ ଜାତୀୟ ଚଳଚ୍ଚିତ୍ର ଇତିହାସରେ ଦୁଇଟି ଓଡ଼ିଆ ସିନେମା ଗୋଟିଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ପାଇଁ ମନୋନୀତ ହୋଇଛି ସବ୍ୟସାଚୀ ମହାପାତ୍ରଙ୍କ ଶଲା ବୁଢାର ବଦ୍‌ଲା ଓ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଫିଲ୍ମ କାଲିର ଅତୀତ । ନନ୍‌ ଫିଚର ଫିଲ୍ମ କ୍ୟାଟଗୋରୀର କଳା ଓ ସଂସ୍କୃତି ବର୍ଗରେ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମୋନୋନୀତ ହୋଇଛି । ଏହି ତିନିଟି ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.