Below header

ଆଜିଠାରୁ ମାଲକାନାଗିରିରେ ନାଇଟ୍‌ କର୍ଫ୍ୟୁ

ମାଲକାନାଗିରି (କେନ୍ୟୁଜ) : ରାଜ୍ୟକୁ ଫେରିଲା ନାଇଟ୍‌ କର୍ଫ୍ୟୁ । କରୋନାର ଲେଉଟାଣି ପରେ ଆରମ୍ଭ ହୋଇଛି ରାତ୍ରିକାଳୀନ କର୍ଫ୍ୟୁ। ମାଲକାନଗିରି ଜିଲ୍ଲାରେ ଆଜିଠୁ ଲାଗିବ କଟକଣା । ରାତି ୯ଟାରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରାତ୍ରି ଯାଏ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ । ରାତିରେ ବାହାରକୁ ବାହାରିବା ମନା । ଜରୁରିକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ । ଆସନ୍ତା ୨୭ ତାରିଖରୁ ବଡ଼ ଯାତ୍ରା ପାଳନ ହେଉଥିବାରୁ ଭିଡ଼ ଆଶଙ୍କା କରି ଜିଲ୍ଲାରେ ନାଇଟକର୍ଫ୍ୟୁ ଜାରି କରିଛି ପ୍ରଶାସନ । ମାଲକାନଗିରି ଜିଲ୍ଲା କରୋନା ମୁକ୍ତ ଥିବା ବେଳେ ପ୍ରତିକାତ୍ମକ ପଦକ୍ଷେପ ନେଇଛି ପ୍ରଶାସନ । ହୋଲି ଓ ଦୋଳଯାତ୍ରାକୁ ଦୃଷ୍ଟିରେ ରଖି ବି କଟକଣା ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.