ମଧ୍ୟପ୍ରଦେଶ ଗ୍ବାଲିଅରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ବସ୍, ୧୩ ମୃତ

ମଧ୍ୟପ୍ରଦେଶ ଗ୍ବାଲିଅରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଠାରେ ବସ୍ ସହିତ ଅଟୋ ଭୀଷଣ ଧକ୍କା ହେବା ଫଳରେ ୧୩ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏଏନଆଇ ସୂଚନାନୁସାରେ, ଏହି ଦୁର୍ଘଟଣା ମଙ୍ଗଳବାର ସକାଳ ସହରର ପୁରୁଣା ଛାବନୀ ଅଞ୍ଚଳରେ ଘଟିଛି।

ସୂଚନା ମୁତାବକ, ଏହି ଦୁଘର୍ଟଣା ସକାଳ ୭ଟାରେ ଘଟିଛି। ଏକ ଅଟୋରେ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ କରୁଥିବା ମହିଳାମାନେ କାମ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ଗ୍ବାଲିଅର ଏସପି କହିଛନ୍ତି। ଦୁର୍ଘଟଣାରେ ମୃତ୍ଯୁବରଣ କରିଥିବା ବ୍ଯକ୍ତିଙ୍କ ପାଇଁ ମଧ୍ୟପ୍ରଦେଶ ମୁଖ୍ଯମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ୪ ଲକ୍ଷର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ସହିତ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.