Below header

ବରିଷ୍ଠ ଅଭିନେତା ଅରୁଣ ବାଲିଙ୍କ ନିଧନ; ୭୯ ବର୍ଷ ବୟସରେ ମୁମ୍ବାଇରେ ନେଲେ ଶେଷ ନିଃଶ୍ୱାସ

କରୋନା ପରେ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ବଡ଼ ବଡ଼ କଳାକାର ପରପାରିକୁ ଚାଲି ଗଲେଣି। ଏବେ ଆଉ ଏକ ଦୁଃଖଦ ଖବର ଆସିଛି ଯେ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବରିଷ୍ଠ ଅଭିନେତା ଅରୁଣ ବାଲିଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ସକାଳ ୪ଟା ୩୦ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅରୁଣ ବାଲି ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି। କହି ରଖୁଛୁ ଯେ ଅଭିନେତା କ୍ରମାଗତ ଅନେକ ଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ମାସ ତଳେ ହିଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଅରୁଣ ବାଲିଙ୍କ ଝିଅ କହିଛନ୍ତି, ତାଙ୍କ ବାପା ମିୟାସ୍‌ଥିନିଆ ଗ୍ରାଭିସ୍ ନାମକ ଏକ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ। ଏହା ଏକ ଅଟୋଇମ୍ୟୁନ ରୋଗ, ଯେଉଁଥିରେ ସ୍ନାୟୁ ଏବଂ ମାଂସପେଶୀ ମଧ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ। ଅରୁଣ ବାଲିଙ୍କ ନିଧନରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। ଅନେକ ସେଲିବ୍ରିଟି ଓ ଫ୍ୟାନ୍ସ ତାଙ୍କ ପାଇଁ ସୋସିଆଲ ମିଡିଆରେ ଶୋକ ବ୍ୟକ୍ତ କରୁଛନ୍ତି।

ସୂଚନାଥାଉ କି, ଅଭିନେତା ୯୦ ଦଶକରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ରାଜୁ ବନ୍ ଗୟା ଜେଣ୍ଟଲମ୍ୟାନ, ଫୁଲ ଔର୍‌ ଅଙ୍ଗାରେ, ଖଲନାୟକ, ଥ୍ରୀ ଇଡିଅଟ୍ସ, ପାନିପତ୍‌ ସହ ୱେବ୍ ସିରିଜ୍ ‘ମିର୍ଜାପୁର’ରେ ମଧ୍ୟ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ଟିଭି ଶୋ’ ବାବୁଲ କି ଦୁଆଏଁ ଲେତି ଜା, କୁମ୍‌କୁମ୍‌ ଭଳି ସିରିଏଲରେ ବି କାମ କରିଛନ୍ତି। କହି ରଖୁଛୁ, ଅରୁଣ ବାଲି ଜଣେ ଖୁସି ମିଜାଜ୍‌ର କଳାକାର ଥିଲେ। ସେ ସୁସ୍ଥ ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ଦୁଃଖର କଥା, ଅଭିନେତା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.