Below header

ସ୍ୱିଜରଲ୍ୟାଣ୍ଡରେ ବରୁଣ ଧଓ୍ଵନଙ୍କୁ ଭେଟିଲେ ବିରୁଷ୍କା, ଫଟୋ ସେୟାର କରି କହିଲେ ଏମିତି କଥା

ନୂଆବର୍ଷକୁ ସେଲିବ୍ରେଟ୍‌ କରିବାକୁ ବଲିଉଡ୍‌ ଷ୍ଟାରମାନେ ଏବେ ବିଦେଶ ଯାତ୍ରା କରିଛନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌ର ଦମ୍‌ଦାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଏବେ ସ୍ୱିଜରଲ୍ୟାଣ୍ଡରେ ଛୁଟି କାଟୁଛନ୍ତି। ନିକଟରେ ସେମାନେ ସ୍ୱିଜରଲ୍ୟାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ବେଳର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏବେ ଅନୁଷ୍କା-ବିରାଟ ସ୍ୱିଜରଲ୍ୟାଣ୍ଡରେ ବରୁଣ ଧଓ୍ଵନ ଓ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହ ନଜର ଆସିଛନ୍ତି।

 

View this post on Instagram

 

Hello frands 🙋‍♀️ ! @varundvn @natashadalal88

A post shared by AnushkaSharma1588 (@anushkasharma) on

ଏହି ଫଟୋକୁ ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋରେ ସେ କ୍ୟାପ୍‌ସନ୍‌ ଲେଖିଛନ୍ତି ‘ହ୍ୟାଲୋ ଫ୍ରେଣ୍ଡସ୍‌’। ଫଟୋରେ ସେ ବରୁଣ ଓ ନତାଶାଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ସୌନ୍ଦର୍ଯ୍ୟକୁ ସେମାନେ ମନ ଭରି ଉପଭୋଗ କରୁଥିବା ଦେଖାଯାଇଛି।

 

View this post on Instagram

 

Bye winter wonderland.. you will be missed. See you in 2020 #twinning #twinningiswinning 📸 @stardust_moonshine

A post shared by Priyanka Chopra Jonas (@priyankachopra) on

ଅନୁଷ୍କା ଓ ବିରାଟଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ମଧ୍ୟ କାର୍ଲିଫର୍ଣ୍ଣିଆରେ ହଲିଡେ ମନାଉଛନ୍ତି। ପ୍ରିୟଙ୍କା ସୋସିଆଲ ମିଡିଆରେ ନିକ୍‌ଙ୍କ ସହ ମସ୍ତି କରୁଥିବା ବେଳର କେତେକ ଫଟୋ ସେୟାର କରିଛନ୍ତି।

 

View this post on Instagram

 

Holiday vibes ❤️❤️

A post shared by Kareena Kapoor Khan (@therealkareenakapoor) on


କେବଳ ଏହି ଯୋଡ଼ି ନୁହେଁ ସ୍ୱାମୀ ସୈଫଅଲ୍ଲୀ ଖାନ୍‌ଙ୍କ ସହ କରୀନା କପୁର ମଧ୍ୟ ସ୍ୱିଜରଲ୍ୟାଣ୍ଡ ଗସ୍ତ କରିଛନ୍ତି। ତାଙ୍କ ସହ ପୁଅ ତୈମୁର ଓ ଭଉଣୀ କରିସ୍ମା କପୁର ମଧ୍ୟ ଛୁଟି କାଟୁଛନ୍ତି। ସେଠାରେ ସେ ବରୁଣଙ୍କୁ ଭେଟିଥିଲେ।

 

View this post on Instagram

 

#holidayseason with @varundvn ❤️❤️❤️❤️❤️

A post shared by Kareena Kapoor Khan (@therealkareenakapoor) on

ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସମସ୍ତ ଆକ୍ଟର ଡିସେମ୍ବର ୨୫ ତାରିଖରୁ ଛୁଟି କାଟିବାକୁ ବିଦେଶ ଗସ୍ତ କରିଛନ୍ତି। ସେଠାରେ ହିଁ ସେମାନେ ନବବର୍ଷ ସେଲିବ୍ରେଟ୍‌ କରିବେ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.