‘ରାମଯୁଗ’ର ଟ୍ରେଲର ଲଞ୍ଚ, ହନୁମାନଙ୍କ ଭୂମିକାରେ ନଜର ଆସିବେ ଅଭିନେତା ବିବାନ ଭଟେନା

ନିର୍ଦ୍ଦେଶକ କୁନାଲ କୋହଲି ‘ରାମାୟଣ’ର କାହାଣୀକୁ ନିଜ ଶୈଳୀରେ ନେଇ ଆସୁଛନ୍ତି। ନିକଟରେ Mx Player ରେ ୱେବ ସିରିଜ ‘ରାମଯୁଗ’ର ଟ୍ରେଲର ସାମ୍ନାକୁ ଆସିଛି। ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟଆସିଛି। ଏଥର ରାମକଥା ପୂର୍ବଭଳି ସମାନ କିନ୍ତୁ ଅନ୍ଦାଜ ଟିକେ ଅଲଗା। ଏହି ୱେବ ଶୋ ୬ ମଇରୁ ୨୦୨୧ରେ ଷ୍ଟ୍ରିମିଂ ହେବ।

ଏହି ଶୋ’ରେ ହନୁମାନଙ୍କ ଭୂମିକାରେ ନଜର ଆସିବେ ଅଭିନେତା ବିବାନ ଭଟେନା। ଏଥିପାଇଁ ବିବାନ କଠିନ ପରିଶ୍ରମ କରୁଛନ୍ତି। ଏହି ଭୂମିକା ପାଇଁ ବିବାନ ୧୩ କେଜି ଓଜନ ବଢାଇଛନ୍ତି। ଏଥିରେ ଦିଗନ୍ଥ ମନଚଲେ, ଅକ୍ଷୟ ଡେଗରା, ଐଶ୍ବର୍ଯ୍ଯା, କବୀର ଦୁହନ ସଂହ, ବିବନ ଭଟେନା, ନବଦୀପ ପଲ୍ଲାପୋଲୁ, ଅନିଶ ଜନ କୋକେନ, ଶିଶିର ମୋହନ ଶର୍ମା, ଜତିନ ସିୟାଲ, ଶ୍ବେତା ଗୁଲାଟୀ, ସୁପର୍ଣ୍ଣ ମାରବାହ, ମମତା ବର୍ମା, ଟିସ୍କା ଚୋପ୍ରା, ଦଲୀପ ତାହିଲ ଏବଂ ଅନୁପ ସୋନୀ ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.