Below header

୧୮-୪୪ ବର୍ଷ ବର୍ଗର ଲୋକଙ୍କ ଟିକାକରଣ ପାଇଁ ସ୍ଲଟ ବୁକିଂ ଆରମ୍ଭ, ବିଏମ୍‌ସି ଅଞ୍ଚଳରେ ଆଜି ହୋଇଛି ଡ୍ରାଏ ରନ୍‌

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ ବୁକିଂ ଆରମ୍ଭ। ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକ କୋ ୱିନ୍‌ ପୋର୍ଟାଲ, ଉମଙ୍ଗ ଓ ଆରୋଗ୍ୟ ସେତୁରେ ରେଜିଷ୍ଟ୍ରେସନ ପରେ ସ୍ଲଟ ବୁକିଂ କରୁଛନ୍ତି । ବିଏମ୍‌ସି ଅଞ୍ଚଳରେ ଆଜି ହୋଇଛି ଡ୍ରାଏ ରନ୍‌ । ସୋମବାରରୁ ତୃତୀୟ ପର୍ଯ୍ୟାୟ ଟିକାକରଣ କରାଯିବ । ଟିକା ମହଜୁଦ ରହିଛି । ୧୮ ବର୍ଷରୁ ଅଧିକ ଓ ୪୫ବର୍ଷରୁ ଅଧିକ ବର୍ଗର ଲୋକଙ୍କ ପାଇଁ ଅଲଗା ସମୟରେ ଟିକାକରଣ ହେବ । ବିଏମ୍‌ସି କମିଶନର କହିଛନ୍ତି, ପ୍ରଥମେ ଅନଲାଇନରେ ପଞ୍ଜିକରଣ ଓ ସ୍ଲଟ ବୁକିଂ କରନ୍ତୁ । ଏହାପରେ ନିର୍ଦ୍ଧାରିତ ତାରିଖରେ ଟିକାକରଣ କେନ୍ଦ୍ରକୁ ଯାଆନ୍ତୁ । ବିନା ସ୍ଲଟ ବୁକିଂରେ ଟିକାକରଣ ପାଇଁ ହସ୍‌ପିଟାଲ ଯାଆନ୍ତୁ ନାହିଁ ।

କରୋନା ଦ୍ୱିତୀୟ ଲହର ମାଡ଼ି ମାଡ଼ି ଚାଲିଛି । ତଥାପି ହେଜୁନାହାନ୍ତି ଅମାନିଆ । ଯେଉଁଥିପାଇଁ ଭୁବନେଶ୍ୱରର ବିଭିନ୍ନ ମାର୍କେଟକୁ ସିଲ୍‌ କରିବାକୁ ପଡୁଛି । କିଛି ବ୍ୟକ୍ତି ଟେଷ୍ଟ କରୁନାହାନ୍ତି । ଗୁରୁତ୍ୱର ହେବାପରେ ବିଏମ୍‌ସିକୁ ଫୋନ କରୁଛନ୍ତି । କୋଭିଡ୍‌ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟ କରନ୍ତୁ । କୋଭିଡ ଆକ୍ରାନ୍ତଙ୍କ ପାଇଁ ଭୁବନେଶ୍ୱରରେ ମୋଟ ୩୫୫୩ ବେଡ୍‌ ରହିଛି । ୯୫ ପ୍ରତିଶତ ବେଡରେ ରହିଛି ଅକ୍ସିଜେନର ସୁବିଧା । ୫୩୧ଟି କୋଭିଡ ଆଇସିୟୁ ମଧ୍ୟରୁ ୯୦ ପ୍ରତିଶତ ଭର୍ତ୍ତି ହୋଇସାରିଲାଣି । ୨୧୮୬ ସାଧାରଣ ଓ ୮୩୬ ଏଚଡିୟୁ ମଧ୍ୟରୁ ୫୦ ପ୍ରତିଶତ ଏବେବି ଖାଲି ଅଛି ।

୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ଯେତିକି କରୋନା ସଂକ୍ରମିତ ବାହାରୁଛନ୍ତି ସେଥିରୁ ଅଧାରୁ ଅଧିକ ଭୁବନେଶ୍ୱରରୁ । ଗତକାଲି ବିଏମ୍‌ସି ଅଞ୍ଚଳରୁ ୧୧୧୯, ୨୯ ତାରିଖରେ ୮୫୧ ଓ ୨୮ ତାରିଖରେ ୧୦୪୪ ପଜିଟିଭ କେସ୍‌ ବାହାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.