Below header

ମୁଁ ଅମର ସିଂହଙ୍କ ହାତରେ ରାକ୍ଷୀ ବାନ୍ଧି ଦେଲେ ବି ଲୋକେ ଆମକୁ ସନ୍ଦେହ କରିବେ : ଜୟାପ୍ରଦା

ନୂଆଦିଲ୍ଲୀ : ଅଭିନେତ୍ରୀ ଜୟାପ୍ରଦା ଏବେ କଣ କରୁଛନ୍ତି ? । ଅଭିନେତ୍ରୀରୁ ନେତ୍ରୀ ହେବା ପରେ ଆଉ କାହିଁକି କିଛି ଦିନ ହେଲା ତାଙ୍କର କିଛି ଶୋରଶବ୍ଦ ଶୁଭୁ ନାହିଁ । ଏମିତି କିଛି ପ୍ରଶ୍ନ ଅନେକ ଦିନ ଧରି ଘୂରି ବୁଲୁଛି ସିନେପ୍ରେମୀଙ୍କ ମନରେ । ଏମିତି ବି ରାଜନେତା ଅମର ସିଂହଙ୍କ ସହ ତାଙ୍କ ସମ୍ପର୍କ ନେଇ ଜୟାପ୍ରଦାଙ୍କୁ ବାରମ୍ବାର ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଲୋକେ ସନ୍ଦେହ ଚକ୍ଷୁରେ ତାଙ୍କୁ ଦେଖୁଛନ୍ତି । ଶେଷରେ ଏ ନେଇ ମୁହଁ ଖୋଲିଛନ୍ତି ନିଜେ ଜୟା । ସେ କହିଛନ୍ତି ଅମର ସିଂହ ହେଉଛନ୍ତି ମୋର ‘ଗଡ୍‌ ଫାଦର’ । ଯଦି ମୁଁ ଏବେ ତାଙ୍କୁ ରାକ୍ଷୀ ବି ବାନ୍ଧିଦିଏ ତଥାପି ଲୋକେ ମୋତେ ସନ୍ଦେହ କରିବେ ଓ ବିଭିନ୍ନ କାହାଣୀ ଗଢ଼ି ଚାଲିଥିବେ ।

JAYA PRADA-1ଅମର ସିଂହଙ୍କ ଦୟାରୁ ସମାଜବାଦୀ ପାର୍ଟିରେ ଯୋଗ ଦେଇ ଜୟାପ୍ରଦା ଉତ୍ତର ପ୍ରଦେଶ ରାମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ତେବେ ବର୍ତ୍ତମାନ ସେଠାରେ ବିଧାୟକ ଥିବା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍‌ଙ୍କୁ ସେ ଏସବୁ ଗୁଜବ ପ୍ରଚାର ପାଇଁ ଦାୟୀ କରିଛନ୍ତି । ଏମିତିକି ଆଜମ ଖାନ୍‌ ତାଙ୍କୁ ଏସିଡ୍‌ ଫିଙ୍ଗି ଆକ୍ରଅମଣ କରିବାକୁ ଉଦ୍ୟମ କରିଥିଲେ ବୋଲି ମଧ୍ୟ ସେ କହିଛନ୍ତି ।
ସମାଜବାଦୀ ପାର୍ଟିରୁ ବହିଷ୍କୃତ ହେବା ପରେ ଅମର ସିଂହଙ୍କ ସହିତ ମିଶି ସେ ରାଷ୍ଟ୍ରୀୟ ଲୋକମଞ୍ଚ ଦଳ ଗଢ଼ିଥିଲେ ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜୟାପ୍ରଦା କହିଛନ୍ତି ଯେ ଆଜମ ଖାନ୍‌ଙ୍କ ସହ ଯେତେବେଳେ ମୁଁ ନିର୍ବାଚନ

JAYA PRADA-3

ଲଢୁଥିଲି ସେତେବେଳେ ବାହାରକୁ ଗଲେ ମୁଁ ଆଉ ଘରକୁ ଫେରି ପାରିବି ବୋଲି ମୋର ବିଶ୍ୱାସ ନଥାଏ । ପୁଣି ଅମର ସିଂହଙ୍କ ସହ ତାଙ୍କ ଫଟୋକୁ ଯୋଡ଼ି ଯେତେବେଳେ ସୋସିଆଲ ମିଡିଆରେ ଭାଇରାଲ କରାଗଲା ସେତେବେଳେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ବୋଲି ୫୬ ବର୍ଷ ବୟସ୍କା ଜୟାପ୍ରଦା କହିଛନ୍ତି । ଏଭଳି ଦୁଃସମୟରେ କେବଳ ଅମର ସିଂହ ତାଙ୍କ ପାଖରେ ଠିଆ ହୋଇଥିଲେ ଓ ତାଙ୍କୁ ନୈତିକ ସମର୍ଥନ ଦେଇଥିଲେ । ଆଉ କେହି ବି ତାଙ୍କ ଦୁଃଖ ବୁଝି ନଥିଲେ । ଏହି ପୁରୁଷ ପ୍ରଧାନ ସମାଜରେ ଜଣେ ନାରୀ ନେତ୍ରୀ ହେବା ଖୁବ୍‌ କଷ୍ଟକର । ତେବେ ଲୋକେ ଯାହା କହୁଛନ୍ତି ସେ ସବୁକୁ ମୁଁ ଖାତିର କରୁ ନାହିଁ । ‘ମଣିକର୍ଣ୍ଣିକା’ ଫିଲ୍ମରେ ଯାହା ପ୍ରଦର୍ଶିତ ହୋଇଛି ନାରୀ ସେହି ରୂପ ବି ନେଇ ପାରେ ବୋଲି ଜୟାପ୍ରଦା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.