Below header

ଜାଣିବାକୁ ଚାହୁଁଛନ୍ତି କାହିଁକି ଇଶା ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରଷୁଥିଲେ ବଲିଉଡ୍ ସୁପରଷ୍ଟାର୍ ? ପଢନ୍ତୁ ଅଭିଷେକ ବଚ୍ଚନଙ୍କ ଜବାବ

ନିକଟରେ ଶେଷ ହୋଇଛି ଇଶା ଅମ୍ବାନୀଙ୍କ ବିବାହ । ପୁରା ବିଶ୍ବରେ ଧୁମ୍ ମଚାଇଥିବା ଏହି ବିବାହରେ ସାମିଲ୍ ହୋଇଥିଲେ ବଲିଉଡ୍ ଷ୍ଟାରଙ୍କଠୁ ଆରମ୍ଭ କରି ବଡ଼ ବଡ଼ ବିଜନେସ୍ ଟାଇକୁନ୍ । ହେଲେ ଏହା ଭିତରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା ଯାହା ସମସ୍ତଙ୍କୁ କରିଥିଲା ଆଶ୍ଚର‌୍ୟ୍ୟ । ଅମ୍ବାନୀଙ୍କ ଅତିଥୀଙ୍କୁ ଖାଦ୍ୟ ପରଷୁଥିଲେ ବଲିଉଡ୍ ଷ୍ଟାର୍ । ଏମାନଙ୍କ ମଧ୍ୟରେ ଥିଲେ ଅମିତାଭ୍ ବଚ୍ଚନ, ଆମୀର୍ ଖାନ୍, ଐଶ୍ବର‌୍ୟ୍ୟା ରାୟ ବଚ୍ଚନଙ୍କ ସହ ବଲିଉଡ୍ ବାଦଶାହା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଯେମିତି ଭୂକମ୍ପ ସୃଷ୍ଟି ହୋଇଥିଲା ।

ଏହି ସୁପରଷ୍ଟାରଙ୍କୁ ଜବରଦସ୍ତ ଟ୍ରୋଲ୍ କରିଥିଲେ ଜନତା । ଏପରିକି କିଛି ୟୁଜର କହିଥିଲେ ଅମ୍ବାନୀ ଏମାନଙ୍କୁ ନିଜ ସ୍ଥାନ ଦେଖାଇଛନ୍ତି । ତେବେ ୟୁଜରଙ୍କ ଏପରି କଥା ସହିପାରିଲେନି ଜୁନିୟର୍ ବଚ୍ଚନ । ଟ୍ରୋଲରଙ୍କୁ ଜବରଦସ୍ତ ଜବାବ୍ ଦେଇଛନ୍ତି ଅଭିଷେକ ।

ଅଭିଷେକ କହିଛନ୍ତି , ଏହା ଏକ ରୀତି ଯାହାର ନାଁ ସଜ୍ଜନ ଘୋତ। ଯେଉଁଥିରେ ବରଯାତ୍ରୀଙ୍କୁ ଖାଦ୍ୟ ପରଷିଥାନ୍ତି କନ୍ୟାଘର । ଦେଖନ୍ତୁ କିଛି ଫଟୋ ଏବଂ ଟୁଇଟ୍ ଯେଉଁଥିରେ ଏହି ସୁପରଷ୍ଟାରଙ୍କୁ ଟ୍ରୋଲ୍ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.