ରଣବୀର-ଆଲିୟାଙ୍କ ବିବାହ ଖବର ଶୁଣି ଭାଙ୍ଗି ପଡିଲେ ୟୁଟ୍ୟୁବର, ରାସ୍ତା ଉପରେ କଲେ ଏମିତି କିଛି

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ରଣବୀର କପୁର କିଛି ଦିନ ହେବ ମିଡ଼ିଆ ହାଇଲାଇଟରେ ଅଛନ୍ତି । ଆଉ ବିଶେଷ କରି ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଦୁଇ କଳାକାରଙ୍କ ତରଫରୁ ଏଯାବତ ଅଧିକାରୀକ ଭାବରେ କୌଣସି ଘୋଷଣା କରାଯାଇନାହିଁ । କେବଳ ମାତ୍ର ସେମାନଙ୍କ ବନ୍ଧୁବାନ୍ଧବ ଓ ସାଙ୍ଗସାଥିଙ୍କ ତରଫରୁ ମିଳିଥିବା ତଥ୍ୟରୁ ଅନୁମାନ କରାଯାଉଛିକି ଆସନ୍ତା ୧୫ ତାରିଖରେ ସେମାନଙ୍କ ବିବାହ ହେବ ଆଉ ୧୭
ତାରିଖରେ ସେମାନେ ଏକ ଧରଣର ଭୋଜିର ଆୟୋଜନ କରିବେ । କିନ୍ତୁ ଏଭିତରେ ସୋସିଆଲ ମିଡ଼ିଆ ଗୁଡିକରେ ଏକ ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଆଉ ସବୁଠାରୁ ଖାସ କଥା ହେଉଛି ଏହା ଉପରେ ନିଜେ ଆଲିଆ ହିଁ ନିଜ ପ୍ରତିକ୍ରିୟା ରଖିଛନ୍ତି । “କୌନ ବନେଗା ନିକୁଞ୍ଜକା ଫେମ” ୟୁବଟ୍ୟୁବର ନିକୁଞ୍ଜ ଏଇ ନିକଟରେ ହିଁ ଇନ୍ଷ୍ଟଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓଟିରେ ସେ ଏକ ଧଳା ରଙ୍ଗର କୁର୍ତ୍ତା ପିନ୍ଧି ଖାଲି ପାଦରେ ସଡକ ଉପରେ ଦୌଡୁଥିବା ନଜର ଆସିଛନ୍ତି । ସେ ଏକ କାରକୁ ଫଲୋ କରି ହିଁ ତା ପଛରେ ଦୌଡୁଥିବା ଦେଖାଦେଇଛି । ଆଉ ସେ ଯେଉଁ ଗାଡି ପଛରେ ଦୌଡୁଛନ୍ତି ତାର ପଛ ଭାଗରେ ଆଲିଆ ୱେଡ୍ସ ରଣବୀର ଲେଖାଯାଇଥିବା ନଜର ଆସିଛି ।

 

 

View this post on Instagram

 

A post shared by Nick (@beyounick)

ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣ ଜାଣି ପାରିବେଯେ ଅଳିଆ ଓ ନିକୁଞ୍ଜ ଥିବା ପିକଟିକୁ ରଣବୀର ରିପ୍ଲେସ କରିଦେଇଛନ୍ତି । ଖାଲି ସେତିକି ନୁହେଁ ଭିଡିଓଇକୁ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତିକି ୧୭
ତାରିଖରେ ହୁଏତ ମୋର ଅବସ୍ଥା ଏମିତି କିଛି ଥିବା । ଆଉ ଏହା ସହିତ ଭଙ୍ଗା ହାର୍ଟର ଏକ ଇମୋଜୀବି ସେୟାର କରିଛନ୍ତି । ଆଉ ଏହା ପରେ ନିଜେ ଆଲିଆ ହିଁ ଭିଡିଓ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଆଉ ଆକ୍ଟ୍ରେସ ଜଣକ ଏହି କମେନ୍ଟ ଜରିଆରେ ହିଁ ନିଜ ବିବାହ ତାରିଖ ନେଇ କିଂଚିତ ଘୋଷଣା କରିଛନ୍ତି । ଭିଡିଓ ଉପରେ ରିଆକ୍ଟ ଦେବାକୁ ଯାଇ ଆଲିଆ ଏକ ହସୁଥିବା ଇମୋଜୀ ପୋଷ୍ଟ କରିଛନ୍ତି । ଏହା ସହିତ କମେଣ୍ଟରେ ଲେଖିଛନ୍ତି, ଡେଡ଼ । ଆଉ ଆଲିୟାଙ୍କ ଏହି କମେଣ୍ଟର ଜବାବରେ ନିକୁଞ୍ଜ ଲେଖିଛନ୍ତିକି- ଭିତରୁ ତ ମୁଁ ଏକ ପ୍ରକାର ମରି ସାରିଛି । ଆଉ ଏକ ଦୃଷ୍ଟିରୁ ଦେଖିଲେ ଦୁହେଁ ଆସନ୍ତା ୧୪ ରୁ ୧୭ ତାରିଖ ଭିତରେ ବିବାହ କରିବାକୁ ଯାଉଛନ୍ତି । ଆଉ ଏମାନଙ୍କ ବିବାହ ନେଇ ପ୍ରସ୍ତୁତି ବି ଜୋର ଶୋର ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.