ପେଟରେ ଷ୍ଟ୍ରେଚ୍‌ ମାର୍କକୁ ନେଇ ଟ୍ରୋଲ ହେଲେ ଜରୀନ୍‌ ଖାନ, ସପୋର୍ଟରେ ବାହାରି ଅନୁଷ୍କା କହିଲେ ଏମିତି କଥା

ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତ୍ରୀ ଜରୀନ୍‌ ଖାନଙ୍କ ଏକ ଫଟୋରେ ଷ୍ଟ୍ରେଚ୍‌ ମାର୍କ ଦେଖି ୟୁଜରମାନେ ଟ୍ରୋଲ କରିଥିଲେ। ଜରୀନ୍‌ ଏହି ପୋଷ୍ଟର ଜବାବ୍‌ ଦେବାକୁ ଯାଇ ଇନଷ୍ଟାଗ୍ରାମରେ ଏକ ନୋଟ୍‌ ଲେଖିଥିଲେ, ଯାହା ପରେ ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ତାଙ୍କ ସପୋର୍ଟରେ ବାହାରିଥିଲେ। ଏପରି କି, ତାଙ୍କୁ ସପୋର୍ଟ କରିବା ପାଇଁ ବଲିଉଡ୍‌ ଦିଭା ଅନୁଷ୍କା ଶର୍ମା ମଧ୍ୟ ସାମ୍ନାକୁ ଆସିଥିଲେ। ସେ ଇନଷ୍ଟାଗ୍ରାମରେ ଏକ ନୋଟ୍‌ ଲେଖି ଜରୀନଙ୍କୁ ସୁନ୍ଦରୀ ଅଭିନେତ୍ରୀ ବୋଲି କହିଛନ୍ତି।

ଅନୁଷ୍କା ଲେଖିଛନ୍ତି, ‘ଜରୀନ୍‌ ତୁମେ ବହୁତ ସୁନ୍ଦର ଓ ବାହାହୂର ଅଟ। ଯେମିତି ଅଛ, ସେମିତି ପରଫେକ୍ଟ ଅଛ’। କହି ରଖୁଛୁ ଯେ କିଛିଦିନ ତଳେ ଜରୀନ୍‌ ଉଦୟପୁରରେ ଏକ ଫଟୋଶୁଟ୍‌ ସମୟରେ ଉଠାଇଥିବା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ।ଫଟୋଶୁଟରେ ଜରୀନଙ୍କ ପେଟରେ ଷ୍ଟ୍ରେଚ୍‌ ମାର୍କ ପୂରାପୂରି ନଜର ଆସୁଥିଲା। ଯଦିଓ ଏହି ଫଟୋରେ ତାଙ୍କୁ ଟ୍ରୋଲ କରାଯାଇଥିଲା, ତଥାପି ସେ ଏହାର ଜବାବ ରଖିଥିଲେ।

 

ଜରୀନ୍‌ ଲେଖିଥିଲେ, ‘ମୋ ପେଟରେ କ’ଣ ହୋଇଛି, ଏହା ଜାଣିବା ଲାଗି ଯେଉଁ ଲୋକଙ୍କର ବହୁତ ଉତ୍ସୁକତା ରହିଛି, ଏହା ସେମାନଙ୍କ ପାଇଁ। ଏହା ଏମିତି ଜଣେ ବ୍ୟକ୍ତିଙ୍କର ନାଚୁରାଲ ପେଟ, ଯିଏ ୫୦ କିଲୋରୁ ଅଧିକ ଓଜନ ହ୍ରାସ କରିଛନ୍ତି। ଏହାକୁ ନା ଫଟୋସପ୍‌ କୁହାଯାଇପାରିବ, ନା କୌଣସି ପ୍ରକାର ଅପରେଶନ। ମୁଁ ସେମାନଙ୍କ ମଧ୍ୟରେ ଜଣେ, ଯିଏ ସତ ଉପରେ ବିଶ୍ୱାସ ରଖିଥାଏ। ଏହାକୁ କଭର କରିବା ପରିବର୍ତ୍ତେ ଗର୍ବର ସହିତ ନିଜ ଦୋଷକୁ ଆଲିଙ୍ଗନ କରୁଛି’। କହି ରଖୁଛୁ, ଜରୀନ୍‌ ଖାନ୍‌ ଆଜିକାଲି ଉଦୟପୁରରେ ଫିଲ୍ମ ‘ହମ୍‌ ଭି ଅକେଲେ ତୁମ ଭି ଅକେଲେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.