ବୈଜ୍ଞାନିକ ମାନଙ୍କୁ ମିଳିଲା ବଡ଼ ସଫଳତା, ଏଥର କ୍ୟାନସର ସେଲକୁ ଫ୍ୟାଟ ସେଲରେ ବଦଳାଇ କରାଯିବ ଚିକିତ୍ସା

୨୦୧୮ ରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ ୯୬ ଲକ୍ଷ ଲୋକଙ୍କର ମୃତ୍ୟୁ କ୍ୟାନସର ଦ୍ୱାରା ହୋଇଥିଲା । ବୈଜ୍ଞାନିକ ମାନଙ୍କ ପାଇଁ ଏହାର ଚିକିତ୍ସା ଖୋଜି ବାହାର କରିବା ଏକ ଚ୍ୟାଲେଞ୍ଜ ହୋଇଯାଇଥିଲା । ନିକଟରେ ବୈଜ୍ଞାନିକ ମାନଙ୍କ ହାତକୁ ଏକ ବଡ ସଫଳତା ମିଳିଛି । ଯାହାଦ୍ୱାରା ଏବେ କ୍ୟାନସରର ଟ୍ୟୁମରକୁ ପରିବର୍ତ୍ତନ କରାଯାଇ ତାହାର ଚିକିତ୍ସା କରିବା ସମ୍ଭବ ଅଟେ । ବର୍ତ୍ତମାନ ବୈଜ୍ଞାନିକ ମାନଙ୍କୁ ବ୍ରେଷ୍ଟ କ୍ୟାନ୍ସରର ସେଲ୍କୁ ଫ୍ୟାଟ ସେଲରେ ବଦଳାଇବାର ପ୍ରଚେଷ୍ଟାରେ ସଫଳତା ମିଳିଛି ।

Image result for scientists-find-cure-for-breast-cancer-turns-cancer-cell-into-fat-cell

ସୂଚନା ଅନୁଯାୟୀ ଏହି ପରୀକ୍ଷା ପ୍ରଥମେ ମୂଷା ମାନଙ୍କ ଉପରେ କରାଯାଇଥିଲା । ସ୍ୱିଜରଲ୍ୟାଣ୍ଡ ବେସଲ ବିଶ୍ଵବିଦ୍ୟାଳୟର ଗବେଷକମାନେ ବ୍ରେଷ୍ଟ କ୍ୟାନ୍ସରର କୋଷିକା ଗୁଡିକୁ କିପରି ଫ୍ୟାଟ କୋଷରେ ପରିଣତ କରାଯାଇ ପାରିବ ସେ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ । ସେଥିପାଇଁ ସେମାନେ ମେଟାସ୍ଟେସିସ ଜରିଆରେ ମୂଷା ଶରୀରରେ କ୍ୟାନ୍ସରର ସେଲ୍କୁ ରଖି ତାର ଚିକିତ୍ସା କରାଇଥିଲେ । ଏବଂ ତାର ଚିକିତ୍ସା ସମୟରେ କ୍ୟାନସର ସହ ଲଢ଼ିବାର ସହଜ ଉପାୟ ବୈଜ୍ଞାନିକମାନେ ଖୋଜି ବାହାର କରିଥିଲେ । ତାପରେ ସେମାନେ କ୍ୟାନସରର ସେଲକୁ ବିଭାଜିତ କରି ତାକୁ ଫ୍ୟାଟ ସେଲରେ ପରିଣତ କରାଇବାରେ ସଫଳତା ହାସିଲ କରିଥିଲେ ।

वैज्ञानिकों ने खोजा स्‍तन कैंसर का इलाज, फैलने से रोकने के लिए कैंसर सेल्स को बदला फैट सेल्स में

ଏହାସହ ପଢନ୍ତୁ କେବେ ଦେଖିଛନ୍ତି କି ପଶୁ ମାନଙ୍କ କ୍ଷେତ୍ରରେ ଏପରି ବିକୃତି ! ତାହେଲେ ଦେଖନ୍ତୁ ଏହି ପଶୁକୁ ..

ଯେତେବେଳେ ଶରୀର କୌଣସି ଘା’ ହୋଇଥାଏ ସେତେବେଳେ ଏହି କୋଷିକାଗୁଡିକରେ ଅତିରିକ୍ତ ଦ୍ରବ୍ୟ ତିଆରି ହୋଇଥାଏ । ତାପରେ ଏହି କୋଷିକା ଗୁଡିକ ଧୀରେ ଧୀରେ ସେଲରେ ପରିଣତ ହୋଇଥାଏ । ଏହି ପ୍ରକ୍ରିୟାକୁ ମେସେଞ୍ଚାଇମ କୁହାଯାଇଥାଏ । ଶରୀରରେ ଏହି ପ୍ରକ୍ରିୟା ବହୁତ ଜରୁରୀ ହୋଇଥାଏ । ଗବେଷଣା ପରେ ବୈଜ୍ଞାନିକ ମାନଙ୍କୁ ଜଣାପଡିଥିଲା ଯେ କ୍ୟାନସର ସେଲ ଶରୀରରେ ବୃଦ୍ଧି ପାଇବା ପାଇଁ ଏହାର ବ୍ୟବହାର କରିଥାନ୍ତି । ବୈଜ୍ଞନିକମାନେ ଏହି ପ୍ରକ୍ରିୟାକୁ ବିପରୀତ ଏପିଥେଲିପଲ ପ୍ରକ୍ରିୟା ଉପରେ ପ୍ରୟୋଗ କରିଥିଲେ । ଏହାର ପ୍ରୟୋଗରେ କ୍ୟାନସର ସେଲ୍କୁ ଫ୍ୟାଟ ସେଲରେ ପରିଣତ କରାଇବାରେ ବୈଜ୍ଞାନିକ ମାନେ ସଫଳତା ହାସିଲ କରିଥିଲେ । ଯଦିଓ ବର୍ତ୍ତମାନ ଏହି ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ ହୋଇ ପାରି ନାହିଁ କିନ୍ତୁ ପରିଣାମର ଆଶା ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.