ହିରୋ ରୁ ଜିରୋ ହେଲେ ବାଦଶାହା : ଫ୍ୟାନ୍ ମାନଙ୍କୁ ଜନ୍ମଦିନରେ ଜବରଦସ୍ତ ଉପହାର ଦେଲେ ଶାହାରୁଖ

ହିରୋ ରୁ ଜିରୋ ହେଲେ ବାଦାଶାହା । କିଙ୍ଗ୍ ଖାନ୍ ନିଜ ଜନ୍ମଦିନ ଅବସରରେ ଫ୍ୟାନ ମାନଙ୍କୁ ଦେଲେ ଜବରଦସ୍ତ ଉପହାର । ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ଜିରୋର ଟ୍ରେଲର୍ । ତେବେ ଟ୍ରେଲର ମଧ୍ୟରେ ସବୁଠାରୁ ଦମଦାର ରହିଛି ଏହି ଗୋଟିଏ ଡାଏଲଗ୍ । ଆଉ ଡାଏଲଗଟି ହେଉଛି : ହମ୍ କିସି କେ ବରାବର୍ ହୋ ସକେ ୟେ ସପନା ଭଗବାନ୍ ନେ ହମ ସେ ଛିନ୍ ଲିୟା, ଇସକେ ବଦଲେ ହମ୍ ନେ ଭଗବାନ ସେ ପୁରେ ହିନ୍ଦୁସ୍ତାନ କା ସପନା ଛିନ୍ ଲିୟା ।

ତେବେ ଏହି ଗୋଟିଏ ନୁହେଁ ଅନେକ ଦମଦାର ଏବଂ ଜବରଦସ୍ତ ଡାଏଲଗରେ ଭରପୁର ଜିରୋ । ଜିରୋରେ ଜଣେ ବାମନ ଲୋକର ଅଭିନୟ କରିଛନ୍ତି କିଙ୍ଗ୍ ଖାନ୍ । ଯାହା ତାଙ୍କର ଆଜି ପର‌୍ୟ୍ୟନ୍ତ କ୍ୟାରିୟର୍ ମଧ୍ୟରେ ଖୁବ୍ ଚ୍ୟାଲେଞ୍ଜିଙ୍ଗ୍ ରୋଲ୍ । ପ୍ରଥମ ଥର ପାଇଁ ଏଭଳି ଚରିତ୍ରରେ ନଜର ଆସିଛନ୍ତି କିଙ୍ଗ୍ ଖାନ୍ । ତାଙ୍କ ଅପୋଜିଟରେ ଅଛନ୍ତି ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍‌ । ଫିଲ୍ମରେ ଅନୁଷ୍କା ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି କ୍ୟାଟ୍ରିନା କୈଫ୍‌ଙ୍କୁ ଫିଲ୍ମଷ୍ଟାର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଦୁଇ ନାୟିକାଙ୍କ ସହ ରୋମାନ୍ସ କରୁଛନ୍ତି ଶାହରୁଖ । ଟ୍ରେଲରରେ ତିନି ଷ୍ଟାରଙ୍କ ଦମଦାର ଅଭିନୟ,ରୋମାଣ୍ଟିକ୍‌ ଡାଏଲଗ ସାଙ୍ଗକୁ ହୃଦୟସ୍ପର୍ଶୀ ଗୀତ ଶୁଣିବାକୁ ମିଳୁଛି । ପାଖାପାଖି ଦେଢ ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି ଶାହରୁଖ ।

zeroପ୍ରତ୍ୟେକ ମଣିଷଙ୍କ ନିକଟରେ ଏକ ଅଧୂରାପଣ ଥାଏ । ମୁଁ ଏହାକୁ ସେଲିବ୍ରେଟ୍ କରିବାକୁ ଚାହେଁ । ମୁ ଜିରୋ କୁ ସେଲିବ୍ରେଟ୍ କରିବାକୁ ଚାହେଁ । ସେଥିପାଇଁ ଫିଲ୍ମର ନାଁ ରଖିଛି ଜିରୋ । ଏଭଳି କହିଛନ୍ତି ଜିରୋର ନିର୍ଦ୍ଦେଶକ ଆନନ୍ଦ ରାୟ ।

୨୧ ଡିସେମ୍ବରରେ ରିଲିଜ୍ ହେବ ଶାହାରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଜିରୋ । ତେବେ ଏକଥା ନିଶ୍ଚିତ ଯେ ଏହି ଫିଲ୍ମ ସଫଳତା କିମ୍ବା ବିଫଳତା ଶାହାରୁଖଙ୍କ କ୍ୟାରିୟରର ଏକ ବଡ ଟର୍ଣ୍ଣିଂ ପଏଂଟ୍ ହେବ । କାରଣ ଗତ କିଛି ବର୍ଷ ହେବ କିଙ୍ଗ ଖାନଙ୍କ ଫିଲ୍ମ ଫ୍ଲପ୍ ହେଉଛି । ଯାହା ଫଳରେ ଶାହାରୁଖଙ୍କ ’ଖାନ୍’ ଚମକ ଧୀରେ ଧୀରେ ମଉଳି ଯାଉଛି ।

ତେବେ ରିଲିଜ୍ ପୂର୍ବରୁ ରେକର୍ଡ କରିସାରିଛି ଏହି ଫିଲ୍ମ । କିଛି ଦିନ ତଳେ ରିଲତ୍ ହୋଇଥିଲା ଏହାର ଟିଜର୍ । ଯାହା ଦର୍ଶକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଛି ଯେ ଖୁବ୍ ଭଲ ଦାମରେ ବିକ୍ରି ହୋଇଛି ଏହାର ଡିଷ୍ଟ୍ରିବ୍ୟୁସନ୍ ରାଇଟ୍ସ । କିଙ୍ଗ୍ ଖାନ୍ ଏହାର ରାଇଟ୍ସ କୌଣସି ଗୋଟିଏ ଷ୍ଟୁଡିଓକୁ ବିକ୍ରି ନକରି ଭିନ୍ନ ଭିନ୍ନ ଡିଷ୍ଟ୍ରିବ୍ୟୁଟରଙ୍କୁ ବିକ୍ରି କରିଛନ୍ତି । ଆଉ ଏଥିପାଇଁ କିଙ୍ଗ୍ ଖାନଙ୍କ ରେଡେ ଚିଲିଜ୍ ଏଣ୍ଟରଟେନମେଂଟ୍ କମ୍ପାନୀକୁ ମିଳିଛି ୧୦୦ କୋଟି ଟଙ୍କା ।

ଜିରୋର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଆନନ୍ଦ ରାୟ। ଯିଏ ତନୁ ୱେଡ୍ସ ମନୁ ର ଉଭୟ ସିରିଜର ନିର୍ଦ୍ଦେଶକ ଥିଲେ । ଆଉ ଫିଲ୍ମକୁ ବକ୍ସ ଅଫିସରେ ମିଳିଥିଲା ଜବରଦସ୍ତ ସଫଳତା । ତେଣୁ ଶୁଣିବାକୁ ମିଳୁଛି ଶାହାରୁଖ ଏବଂ ଆନନ୍ଦଙ୍କ ଯୋଡି ନିଶ୍ଚୟ ନିଜ ଜଲୱା ଦେଖାଇବ । ଏବଂ କିଙ୍ଗ୍ ଖାନଙ୍କ ଜିରୋ ବଡ଼ ବଡ଼ ହିରୋଙ୍କ ଫିଲ୍ମକୁ ଦେବ ମାତ୍ ।

ଦେଖନ୍ତୁ ଟ୍ରେଲର୍ :

Leave A Reply

Your email address will not be published.