ରାଜଧାନୀରେ କ୍ରୀଡ଼ା ଓ ସାହିତ୍ୟର ମହାମିଳନ : ଉଦଘାଟିତ ହେଲା ଏକାମ୍ର ସ୍ପୋର୍ସ ଲିଟେରାରୀ ଫେଷ୍ଟିଭାଲ

ଭୁବନେଶ୍ୱ (କେନ୍ୟୁଜ୍) : ରାଜଧାନୀରେ ଆରମ୍ଭ ହୋଇଛି ଏକାମ୍ର ସ୍ପୋର୍ସ ଲିଟେରାରୀ ଫେଷ୍ଟିଭାଲ । ମହାମିଳନ ହୋଇଛି ସାହିତ୍ୟ ଓ କ୍ରୀଡ଼ାର । ଏସିଆ ମହାଦେଶରେ ଏଭଳି ଏକ ଉତ୍ସବ ପ୍ରଥମ ଥର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି । ଏଥିରେ ବିଶ୍ୱର ବହୁ ନାମୀଦାମୀ ଖେଳାଳି ଓ ଲେଖକ ଯୋଗ ଦେଇଛନ୍ତି । କ୍ରୀଡ଼ା ଜଗତରେ ଘଟୁଥିବା ବିଭିନ୍ନ ଘଟଣାକୁ ନେଇ ଏହି ଉତ୍ସବରେ ଆଲୋଚନା କରାଯାଇଛି ।

୭୦ ଦଶକର ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେଫ୍‌ ଥମସନ । ଯାହାଙ୍କର ନାଁ ଶୁଣିଲେ ବ୍ୟାଟସମ୍ୟାନଙ୍କ ମନରେ ଭୟ ଜନ୍ମ ହେଉଥିଲା, ସିଏ ହେଉଛନ୍ତି ଜେଫ୍ ଥମସନ୍ । ସେହିପରି  ସୁଇମର ଷ୍ଟେପାନାଇ ରାଇଜ୍‌, ଭାଷ୍ୟକାର ଆକାଶ ଚୋପ୍ରା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ, ଧନରାଜ ପିଲ୍ଲେ ପ୍ରମୁଖ ଉପସ୍ଥିତ ଥିଲେ । ଏକାମ୍ର ସ୍ପୋର୍ଟ୍ସ  ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ଥମସନ୍ କ୍ରିକେଟ ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ସେହଭିଳି ଅଷ୍ଟ୍ରେଲିଆର ସୁଇମର୍‌ ତଥା ତିନିଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଷ୍ଟେପାନାଇ ରାଇଜ୍‌ ମଧ୍ୟ ନିଜ ଖେଳ ଜୀବନର ଛୋଟବଡ଼ ଘଟଣା ବଖାଣିଥିଲେ ।

ଦୁଇଦିନ ଧରି ଚାଲିବ ଏହି ଅନ୍ତର୍ଜାତୀୟ ମହୋତ୍ସବ । ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୭ ତାରିଖରୁ ହେବାକୁ ଥିବା ହକି ବିଶ୍ୱକପ୍‌ ପାଇଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ହକି ବିଶ୍ୱକପ୍‌ର ଇତିହାସ ସମ୍ବନ୍ଧୀୟ ପୁସ୍ତକ ଉନ୍ମୋଚନ କରିଥିଲେ ନବୀନ ।

ଉଦଯାପନୀ ଉତ୍ସବରେ ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍‌, ଅଜିଙ୍କ୍ୟ ରାହାଣେଙ୍କ ସମେତ ବହୁ ବିଶିଷ୍ଟ ଲେଖକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

 

 

 

Leave A Reply

Your email address will not be published.