୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ

ଭୁବନେଶ୍ବର : ୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ । ଜିଓଲୋଜିଷ୍ଟ କ୍ୟାଡର ପୁନର୍ଗଠନକୁ ମିଳିଛି ଅନୁମୋଦନ । ଟ୍ରାଏବାଲ୍‌ ଡେଭଲପମେଣ୍ଟ କୋପରେଟିଭ୍‌ କର୍ପୋରେସନ୍‌ ବା TDCCର ୩୬ କୋଟି ଋଣ ପରିଶୋଧ କରିବେ ସରକାର । ରାଜ୍ୟ ସରକାରଙ୍କ ସହାୟତାରେ ଋଣମୁକ୍ତ ହେବ TDCC । ଏସମ୍ପର୍କିତ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍‌ ମଞ୍ଜୁରୀ । ସେହିପରି ଅନ୍ୟ ଏକ ନିଷ୍ପତ୍ତି ଅନୁସାରେ ଓଡ଼ିଶା ହର୍ଟିକଲଚର ସର୍ଭିସ୍‌ ରୁଲ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ଓଡ଼ିଶା ୱେଲଫେୟାର ସର୍ଭିସ କ୍ୟାଡର ପୁନର୍ଗଠନ ଓ ଭୂ-ବିଜ୍ଞାନୀ କ୍ୟାଡର ପୁନର୍ଗଠନ ସଂଶୋଧନକୁ ମିଳିଛି କ୍ୟାବିନେଟ ଅନୁମୋଦନ । ଜଳ ସମ୍ପଦ ଓ RWSS କ୍ୟାଡରରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ସେହିପରି ଆଦିବାସୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଅନେ୍ଵଷା ହଷ୍ଟେଲରେ ରହିବେ ମଙ୍ଗଳ ସଂପ୍ରସାରଣ ଅଧିକାରୀ । ଏସମ୍ପର୍କିତ ପ୍ରସ୍ତାବକୁ ବି ମିଳିଛି ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ।

Leave A Reply

Your email address will not be published.