ବେଆଇନ ବାଣ ଗୋଦାମ ଉପରେ ଚଢଉ , ବିପୁଳ ପରିମାଣର ବାରୁଦ ଜବତ

ପିପିଲି : ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମ ଉପରେ ଚଢଉ । ପିପିଲି ଏନଏସି ଜୟପୁର ଶାସନ ଗାଁରେ ବେଆଇନ ବାଣ ଗୋଦାମ ଉପରେ ପୋଲିସ ଚଢଉ କରିଛି । ଚଢଉରେ ବିପୁଳ ପରିମାଣର ବାରୁଦ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ପୋଟାସିୟମ କୋରେଟ, ନାଇଟ୍ରେଟ, ଆମୋନିୟମ, ବମ୍‌ ପାଉଡର, ଅଙ୍ଗାର, ସୁତୁଲି ଆଦି ୯୦ପ୍ରକାର ସାମଗ୍ରୀ । ଜବତ ସାମଗ୍ରୀର ମୁଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଶାସନ ଗାଁରେ ରବିନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀ ଦୀର୍ଘ ଦିନ ଧରି ବେଆଇନ ଭାବେ ବାଣ ବ୍ୟବସାୟ କରୁଥିଲେ । ତେବେ ଚଢଉ ବେଳେ ରବିନ୍ଦ୍ର ଏବଂ ତାଙ୍କ ପରିବାରର ଲୋକ ଫେରାର ଅଛନ୍ତି ।

Leave A Reply

Your email address will not be published.