ବଢୁଛି ସାଇବର କ୍ରାଇମ୍, ସାହାଯ୍ୟ ବାହାନାରେ ଗ୍ରାହକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍

ଖୋର୍ଦ୍ଧା : ବଢୁଛି ସାଇବର କ୍ରାଇମ । ବିଶେଷ କରି ସାଇବର ଅପରାଧି ମାନେ ବ୍ୟାଙ୍କ ଓ ଏଟିଏମରେ ଏହି ଠକେଇ କରୁଛନ୍ତି । ଗ୍ରାହକଙ୍କୁ ସାହାଯ୍ୟ କରିବା ବାହାନାରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ଖୋର୍ଦ୍ଧା ସହରର ମୁଖ୍ୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଗତ ୫ ମାସ ମଧ୍ୟରେ ଅନେକ ଥର ସାଇବର ଅପରାଧର ଅଭିଯୋଗ ଆସିଛି । ଏନେଇ ସହରର ବରିଷ୍ଠ ନାଗରିକ ମାନେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏଯାଏଁ କୌଣସି କାର‌୍ୟ୍ୟାନୁଷ୍ଠାନ ନିଆଯାଇନଥିବାର ଅଭିଯୋଗ ହୋଇଛି । ସେପଟେ ସିସିଟିଭି ଏବଂ ଟଙ୍କା ଟ୍ରାନ୍ସଫର ଆକାଉଣ୍ଟକୁ ଆଧାର କରି ତଦନ୍ତ ଚାଲିଥିବା ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.