ଜାଣନ୍ତୁ ଆପଣଙ୍କ ରାଶିଫଳ: ବ୍ୟବସାୟରେ ସଫଳତା ମିଳିବ, ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ

ସମୟ ସହିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟରେ ସଫଳତା ପାଇବେ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ। କାର୍ଯ୍ୟସ୍ଥଳରେ ଉଚିତ୍‌ ନିର୍ଣ୍ଣୟ ନେବେ। ଜଣେ ଅନୁଭବୀଙ୍କଠାରୁ ଭଲ ଉପଦେଶ ପାଇବେ। ଶୀଘ୍ର ବିବାହ ହେବାର ସମ୍ଭାବନା ରହିଛି।

ମେଷ: ସମୟ ସହିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟରେ ସଫଳତା ପାଇବେ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ।

ବୃଷ: କାର୍ଯ୍ୟସ୍ଥଳରେ ଉଚିତ୍‌ ନିର୍ଣ୍ଣୟ ନେବେ। ଜଣେ ଅନୁଭବୀଙ୍କଠାରୁ ଭଲ ଉପଦେଶ ପାଇବେ। ଶୀଘ୍ର ବିବାହ ହେବାର ସମ୍ଭାବନା ରହିଛି।

ମିଥୁନ: ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରମାନେ ନିଜର ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି।

କର୍କଟ: ଆଜିର ଦିନ ଠିକ୍‌ଠାକ୍‌ ରହିବ। ଆପଣଙ୍କ ଭାବନା ସକାରାତ୍ମକ ରହିବ। ଜୀବନସାଥୀଙ୍କ ଉପରେ ରାଗି ପାରନ୍ତି। ବାଣୀ ଉପରେ ସଂଯତ ରୁହନ୍ତୁ।

ସିଂହ: ଆଜି କୌଣସି ସମାରୋହରେ ସମ୍ପର୍କୀୟଙ୍କୁ ଭେଟିବେ, ଯଦ୍ଦ୍ଵାରା ଆପଣଙ୍କ ମନ ଖୁସି ରହିବ। ଥଣ୍ଡା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ଏହି ରାଶିର ଛାତ୍ର ମାନଙ୍କ ପାଇଁ ଆଜିର ଦିନଟି ଭଲ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ, ଏହା ଆପଣଙ୍କ ସମ୍ପର୍କକୁ ମଜଭୁତ କରିବ।

ତୁଳା: ଚାକିରିଆ ଲୋକଙ୍କୁ ସେମାନଙ୍କ ସହକର୍ମୀଙ୍କ ଠାରୁ ଅଳ୍ପ ସହଯୋଗ ମିଳିବ। ଆପଣଙ୍କ ଆଚରଣରେ ଲୋକେ ବହୁତ ଖୁସି ହେବେ।

ବିଛା: କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନଟି ଭଲ। ଯାତ୍ରା ସମ୍ବନ୍ଧୀୟ କିଛି ଭଲ ଖବର ପାଇବେ। ଆଜି ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ: ଆଜିର ଦିନ ଭ୍ରମଣରେ ବିତିବ। ଅଫିସରୁ କିଛି ଭଲ ଖବର ମିଳି ପାରେ। ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ।

ମକର: ଦିନଟି ସାଙ୍ଗମାନଙ୍କ ସହିତ ମଉଜ, ମସ୍ତିରେ ବିତିବ। ପରିବାର ସହିତ ସମୟ କାଟିବେ। ଆଜି ସନ୍ତାନ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ।

କୁମ୍ଭ: ଆଜି ଅଫିସ୍‌ରେ ଆପଣଙ୍କ ବସିବା ଜାଗା ବଦଳିବ। କଠିନ ପରିଶ୍ରମ କରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବେ। ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ।

ମୀନ: ଆଜିର ଦିନ ଅନୁକୂଳ ରହିବ। ଆପଣ ବ୍ୟକ୍ତିଗତ ସାଜସଜ୍ଜା ଉପରେ ଧ୍ୟାନ ଦେବେ। ଶୁଭ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରି ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.