ବନକଲାଗି ନୀତି ପ୍ରସଙ୍ଗ, ଆସନ୍ତାକାଲି ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ

ଆସନ୍ତାକାଲି ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ। ମହାପ୍ରଭୁଙ୍କ ବନକଲାଗି ନୀତି ପ୍ରସଙ୍ଗରେ କାଲି ବୈଠକରେ ଆଲୋଚନା ହୋଇଥାନ୍ତା।

ଆସନ୍ତାକାଲି ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ। ମହାପ୍ରଭୁଙ୍କ ବନକଲାଗି ନୀତି ପ୍ରସଙ୍ଗରେ କାଲି ବୈଠକରେ ଆଲୋଚନା ହୋଇଥାନ୍ତା। କିନ୍ତୁ ବୈଠକ ସ୍ଥଗିତ ରଖାଯାଇଛି। ବୁଧବାର ନା ଗୁରୁବାର, କେଉଁ ବାରରେ ହେବ ବନକ ଲାଗି ନୀତି ସେନେଇ ଆସନ୍ତାକାଲି ନିଷ୍ପତ୍ତି ହୋଇଥାନ୍ତା।

ଗତ ନୀତି ସବକମିଟି ବୈଠକରେ ବନକ ଲାଗି ନୀତି ପାଇଁ ମତାମତ ସଂଗ୍ରହ କରାଯାଇଥିଲା। କେବଳ ବୁଧବାର ନୁହେଁ ବରଂ ବୁଧବାର ଏବଂ ଗୁରୁବାର ଦିନ ମହାପ୍ରଭୁଙ୍କ ବନକ ଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ଟଣା ଓଟରା ଯୋଗୁ ମହାପ୍ରଭୁ ଙ୍କ ଏକ ମାସ ହେବ ବନକଲାଗି ନୀତି ହୋଇପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.